ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନିଶ୍ଚିତତା ଲାଗିଥିବା ବେଳେ ମନେପଡ଼ିଲେ ‘ନାୟକ’ର ଅନୀଲ୍ କପୁର

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନରେ ଯଦିଓ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାବୀସ୍ ବସିବା ଏକ ପ୍ରକାର ନିଶ୍ଚିତ ହୋଇଥିଲେ ମଧ୍ୟ ସୋସିଆଲ୍ ମିଡିଆରେ କିନ୍ତୁ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ଦେଖିବାକୁ ମିଳିଛି। ସିନେ ପରଦାରେ ଦିନକର ମୁଖ୍ୟମନ୍ତ୍ରୀ ହୋଇ ଦର୍ଶକଙ୍କ ମନ ଜିଣିଥିବା ଅନୀଲ କପୁରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଜଣେ ୟୁଜର୍ସ ଟ୍ୱିଟରରେ ପରାମର୍ଶ ଦେଇଛନ୍ତି ।

ବିଜୟ ଗୁପ୍ତା ନାମକ ଏହି  ଟ୍ୱିଟର ୟୁଜର୍ସ କହିଛନ୍ତି, ମହାରାଷ୍ଟ୍ରରେ ଯେତେବେଳ ଯାଏଁ ମୁଖ୍ୟମନ୍ତ୍ରୀ ଆସନ ନେଇ କୌଣସି ନିଷ୍କର୍ସ ବାହାରିନାହିଁ ସେତେବେଳ ଯାଏଁ ଅନୀଲ କପୁରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ପରଦାରେ ତାଙ୍କର ଗୋଟିଏ ଦିନର କାର୍ଯ୍ୟକାଳକୁ ପୂରା ଦେଶ ଦେଖିଥିଲା ଓ ପ୍ରଂଶସାରେ ପୋତି ପକାଇଥିଲା । ତେବେ ଏହାକୁ ରି-ଟ୍ୱିଟ୍ କରି ଅନୀଲ କପୁର କହିଛନ୍ତି, ମୁଁ ‘ନାୟକ’ ଭାବେ ଠିକ୍ ଅଛି । ସେହିଭଳି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ପ୍ରଥମେ ଅନୀଲ କପୁର ମନା କରିବେ ତାହା ପରେ ପୁଣି ଥରେ ଶପଥ ମଧ୍ୟ ନେବେ ।

TOI

ବଲିଉଡ ଫିଲ୍ମ ‘ନାୟକ’ରେ ଅନୀଲ କପୁରଙ୍କୁ ଦିନିକିଆ ମୁଖ୍ୟମନ୍ତ୍ରୀ ଚରିତ୍ରରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ଗୋଟିଏ ଦିନରେ ଅନୀଲ ଯେଉଁଭଳି କାମ କରିଥିଲେ ତାହାକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏପରିକି ପ୍ରତି ରାଜ୍ୟରେ ଏହିଭଳି ମୁଖ୍ୟମନ୍ତ୍ରୀ ରହିବା ଦରକାର ବୋଲି ଦର୍ଶକ ମତ ଦେଇଥିଲେ । ଯିଏ ଗରିବ ଓ ଅସହାୟଙ୍କୁ ତାଙ୍କର ହକ୍ ଦେବା ସହ ଦୁର୍ନୀତିର ମୂଳପୋଛ କରିପାରିବ ।

ସମ୍ବନ୍ଧିତ ଖବର