ନୂଆଦିଲ୍ଲୀ: ବଲିଉଡକୁ ନେଇ ସାଉଥ ସୁପରଷ୍ଟାର ମହେଶ ବାବୁ କିଛି ଦିନ ତଳେ ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଥିଲେ। ବଲିଉଡରୁ ଅଫର ମିଳିବା ନେଇ ପ୍ରଶ୍ନ କରାଯିବା ପରେ ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ ବୋଲି କହିଥିଲେ ଅଭିନେତା ମହେଶ। ପରେ ଯଦିଓ ସେ ନିଜ ବୟାନ ବଦଳାଇଥିଲେ ହେଲେ ତାଙ୍କ ପ୍ରଥମ ବୟାନ ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥିଲା। କିଛି ଲୋକ ତାଙ୍କ ସମର୍ଥନ କରିଥିବା ବେଳେ କିଛି ତାଙ୍କୁ ବିରୋଧ କରିଥିଲେ। ଏବେ ପୁଣି ଥରେ ନିଜର ବୟାନ ପାଇଁ ସମାଲୋଚନାର ଶିକାର ହୋଇଛନ୍ତି ମହେଶ ବାବୁ।
ପାନ ମସଲାର ବିଜ୍ଞାପନ କରି ଅନେକ ବଲିଉଡ କଳାକାର ଟ୍ରୋଲ ହୋଇସାରିଥିବା ବେଳେ ଏବେ ପାଳି ପଡ଼ିଛି ମହେଶ ବାବୁଙ୍କର। ଟ୍ବିଟରରେ ଏବେ ଲୋକେ ତାଙ୍କୁ ପାନ ମସଲାର ବିଜ୍ଞାପନ କରୁଥିବାରୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଜଣେ ବ୍ୟବହାରକାରୀ ଟ୍ବିଟ କରି ଲେଖିଛନ୍ତି ଯେ, ବଲିଉଡ ପାରିଶ୍ରମିକ ଦେଇପାରିବ ନାହିଁ କିନ୍ତୁ ପାନ ମସଲା ବ୍ରାଣ୍ଡ ଦେଇପାରିବ ଅନ୍ୟ ଜଣେ ଲେଖିଛନ୍ତି ଯେ, ମୁଁ ଅନୁମାନ କରୁଛି ଯେ, ମହେଶବାବୁଙ୍କ ପରି କଳାକାରମାନଙ୍କୁ ପାନ୍ ମସାଲାର ବିଜ୍ଞାପନ କରିବାକୁ ଅନୁମତି ଦିଆଯାଇଛି। ଅନ୍ୟମାନଙ୍କୁ ସମାନ କାର୍ଯ୍ୟ ପାଇଁ ସମାଲୋଚନା କରାଯାଉଛି।
@urstrulyMahesh bollywood can't afford u but pan masala brand does 🤭😂😂 pic.twitter.com/CI7Lkqij1d
— SAMBIT ASH 🇮🇳 (@SAMBITASH2) May 11, 2022
ଉଲ୍ଲେଖଯୋଗ୍ୟ, ଅଦିବି ଶେଷଙ୍କ ଫିଲ୍ମ ‘ମେଜର’ର ଟ୍ରେଲର ଲଞ୍ଚ ସମୟରେ ଅଭିନେତା ତାଙ୍କର ବଲିଉଡ ଡେବ୍ୟୁ ବିଷୟରେ ନିଜର ମତ ଦେଇଥିଲେ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଥିଲେ ଯେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ, ତେଣୁ ସେ ଏକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରି ନିଜ ସମୟ ନଷ୍ଟ କରିବେ ନାହିଁ । ହିନ୍ଦୀ ଚଳଚ୍ଚିତ୍ରର ଅଫର ମିଳିଛି କି ବୋଲି ପ୍ରଶ୍ନ କରାଯିବା ପରେ ମହେଶ ବାବୁ କହିଥିଲେ ଯେ, ମୋତେ ବଲିଉଡର ଅନେକ ଫିଲ୍ମ ଅଫର କରାଯାଇଛି। ହେଲେ ମୁଁ ସେସବୁ ଫିଲ୍ମ କରିବାକୁ ମନା କରିଦେଇଛି। କାରଣ ମୋତେ ଲାଗୁନାହିଁ ସେମାନେ ମୋତେ ପାରିଶ୍ରମିକ ଦେଇପାରିବ। ମୁଁ ଏମିତି ଏକ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁ ନାହିଁ ଯିଏ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ। ମୋତେ ଏଠାରେ ମିଳିଥିବା ଷ୍ଟାରଡମ୍ ଏବଂ ପ୍ରତିଷ୍ଠା ମୋ ପାଇଁ ବହୁତ ବଡ। ସେଥିପାଇଁ ମୁଁ ମୋର ଇଣ୍ଡଷ୍ଟ୍ରି ଛାଡି ଅନ୍ୟ କୌଣସି ଇଣ୍ଡଷ୍ଟ୍ରିର ଅଂଶ ହେବାକୁ ଚିନ୍ତା କରି ନାହିଁ। ମୁଁ ସବୁବେଳେ ଚଳଚ୍ଚିତ୍ର କରିବା ଏବଂ ବଡ ହେବା ବିଷୟରେ ଚିନ୍ତା କରେ। ମୋର ସ୍ୱପ୍ନ ବର୍ତ୍ତମାନ ସାକାର ହେଉଛି ଏବଂ ଏହାଠାରୁ ମୁଁ ଅଧିକ ଖୁସି ହୋଇପାରିବି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/paan-bahara-mahes-babu-16_Thumb.jpg)