ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ଏକ ପ୍ରଭାବଶାଳୀ ଭୂମିକାରେ ଆସୁଛନ୍ତି । ହଁ ସେ ଏକ ଜଣାଶୁଣା କାହାଣୀ ଉପରେ ଆଧାରିତ ସିନେମାରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମର ନାଆଁ ହେଲା ‘ନାୟକର ନାଆଁ ଦେବଦାସ’। ଏହାର କଥାବସ୍ତୁ ପ୍ରଖ୍ୟାତ ଔପନ୍ୟାସିକ ଶରତଚନ୍ଦ୍ରଙ୍କ କାଳଜୟୀ ଉପନ୍ୟାସ ‘ଦେବଦାସ’ଉପରେ ଆଧାରିତ ବୋଲି ଜଣାଯାଇଛି। ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ‘ନାୟକର ନାଆଁ ଦେବଦାସ’ର ତିନି କେନ୍ଦ୍ରୀୟ ଭୂମିକା ହେଲା-ଦେବଦାସ,ପାରୋ ଓ ଚନ୍ଦ୍ରମୁଖୀ। ଏଥିରେ ଏହି ତିନି ଭୂମିକାରେ ଅଛନ୍ତି ଯଥାକ୍ରମେ ଅସିତ, ଭୂମିକା ଏବଂ ଅନୁ ଚୌଧୁରୀ। ଏହି ସିନେମାରେ ‘ଚନ୍ଦ୍ରମୁଖୀ’ର ମାଆ ଭୂମିକାରେ ଅଭିନୟ କରିଛନ୍ତି ଅପରାଜିତା। ଏହି ଚରିତ୍ରରେ ଦର୍ଶକ ସଂଜୟ ଲୀଲା ଭଂସାଲୀଙ୍କ ‘ଦେବଦାସ’ସିନେମାରେ କିରଣ ଖେରଙ୍କୁ ଦେଖିଛନ୍ତି। ଏ ଦୃଷ୍ଟିରୁ ‘ନାୟକର ନାଆଁ ଦେବଦାସ’ ରିଲିଜ୍ ହେବା ପରେ ଦର୍ଶକ ନିଶ୍ଚିତ ଭାବେ କିରଣ ଖେରଙ୍କ ସହିତ ଅପରାଜିତାଙ୍କର ତୁଳନା କରିବେ। ଦେଖାଯାଉ, ଅପରାଜିତା ଉକ୍ତ ଚରିତ୍ରକୁ କେତେ ଦୂର ନ୍ୟାୟ ଦେଉଛନ୍ତି। ତାହା ଜଣାପଡ଼ିବ‘ନାୟକର ନାଆଁ ଦେବଦାସ’ରିଲିଜ୍ ହେବା ପରେ।
କିରଣ ଖେରଙ୍କ ସହିତ ଅପରାଜିତାଙ୍କର ତୁଳନା କରିବେ ଦର୍ଶକ , ଜାଣନ୍ତୁ କାହିଁକି
/sambad/media/post_attachments/wp-content/uploads/2018/07/Kiran-Khen-Aparajita_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)