ନିଜକୁ ପର୍‌ଫେକ୍ଟ୍‌ ଲୁକ୍‌ ଦେବାପାଇଁ ବିପାଶା କରିଥିଲେ ଏହି କାମ

ମୁମ୍ବାଇ: ମଡେଲିଂ ପରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ ଶ୍ୟାମଳୀ ସୁନ୍ଦରୀ ବିପାଶା ବସୁ। ମଡେଲିଂ କରୁଥିବା ସମୟରେ ଶରୀର ପ୍ରତି ବିପାଶା ଏତେ ବେଶୀ ସଚେତନ ନ ଥିଲେ ବି ବି-ଟାଉନ୍‌କୁ ଆସିବା ପରେ ନିଜ ଫିଗର୍‌କୁ ନେଇ ବେଶ୍‌ ଅଧିକ ସଚେତନ ହୋଇ ଉଠିଥିଲେ। ବିପାଶାଙ୍କ ଡେବ୍ୟୁ ସିନେମା ‘ଅଜ୍‌ନବୀ’ ରହିଥିବାବେଳେ,ଏହାପରେ ସେ ଚଳଚ୍ଚତ୍ର ‘ରାଜ୍‌’ରେ ଲିଡ୍‌ ରୋଲ୍‌ କରିବାର ସୁଯୋଗ ପାଇଥିଲେ। ଯେଉଁଥିରେ କି ବିପାଶାଙ୍କର ସୁନ୍ଦର ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ନାୟିକାର ପୁରସ୍କାର ମଧ୍ୟ ମିଳିଥିଲା।

ତେବେ ନିଜର ସେକ୍ସି ତଥା ଆଟ୍ରାକ୍‌ଟିଭ୍‌ ଫିଗର୍‌ ପାଇଁ ଚର୍ଚ୍ଚାରେ ରହିଥିବା ବିପାଶାଙ୍କୁ ଏହି ମୁଦ୍ରାରେ ପରଦା ଉପରେ ଦେଖିବାପାଇଁ ଦର୍ଶକ ପାଗଳପ୍ରାୟ ହୋଇ ଉଠିଲେ। ଫଳରେ ଫ୍ୟାନ୍‌ମାନଙ୍କ ପାଗଳାମିକୁ ବଜାୟ ରଖିବାକୁ ଏବଂ ପରଦାରେ ନିଜକୁ ପର୍‌ଫେକ୍ଟ୍‌ ଲୁକ୍‌ ଦେବାପାଇଁ ଅଭିନେତ୍ରୀ ବିପାଶା ତାଙ୍କ ଶରୀରର ଅଧିକାଂଶ ଅଂଶକୁ କସ୍‌ମେଟିକ୍‌ ସର୍ଜରି ମାଧ୍ୟମରେ ଆହୁରି ସୁନ୍ଦର କରିବାକୁ ଚାହିଁଲେ।

ବିଶେଷକରି କାନ,ଗାଲ,ନିତମ୍ବ ଓ ବକ୍ଷୋଜର ସୌନ୍ଦର୍ଯ୍ୟକରଣ କରିଥିଲେ ଅଭିନେତ୍ରୀ ବିପାଶା।ଏହାପରେ ସେ ତାଙ୍କର ଏକ ଆକର୍ଷଣୀୟ ଫଟୋ ସୋସିଆଲ୍‌ ମିଡିଆରେ ଛାଡ଼ିଥିଲେ, ଯାହାକି ସେହି ସମୟରେ ଖୁବ୍‌ ଚର୍ଚ୍ଚିତ ହୋଇଥିଲା ଏବେ ପର୍ଯ୍ୟନ୍ତ ବିପାଶା ହିନ୍ଦୀ ଚଳଚ୍ଚିତ୍ରରେ କାମ କରିବା ସହିତ ତେଲୁଗୁ,ବଙ୍ଗଳା,ତାମିଲ୍‌ ଓ ଇଂରାଜୀ ଭାଷାର ୫୫ରୁ ଅଧିକ ଫିଲ୍ମରେ ମଧ୍ୟ କାମ କରିସାରିଲେଣି।

ସମ୍ବନ୍ଧିତ ଖବର