ମୁମ୍ବାଇ : ପୂର୍ବରୁ ନିକ୍ୟାଙ୍କାଙ୍କ ବିବାହରେ ଆତସବାଜି କରାଯାଇଥିବାରୁ ସୋସିଆଲ ମିଡ଼ିଆରେ ତାଙ୍କୁ ଟ୍ରୋଲ କରା ଯାଇଥିବା ବେଳେ ଏବେ ଆଉ ଦୁହେଁ ନିଜ ବିବାହରେ କରିଥିବା ଆଉ ଏକ ଭୁଲ ପାଇଁ ପେଟାର ନଜରକୁ ଆସିଛନ୍ତି । ଯୋଧପୁରରେ ହୋଇଥିବା ବିବାହରେ ପଶୁମାନଙ୍କ ପ୍ରତି ନିଷ୍ଠୁର ଆଚରଣ ହୋଇଥିବା ଅଭିଯୋଗ କରି ପେଟା ତରଫରୁ ଏକ ଟୁଇଟ୍ କରାଯାଇଥିବା ଦେଖାଯାଇଛି ।
ସୂଚନା ମୁତାବକ, ପ୍ରିୟଙ୍କାଙ୍କ ବିବାହରେ ହାତୀ ଏବଂ ଘୋଡ଼ାକୁ ସାମିଲ କରାଯାଇଥିଲା । ଏହି ସମୟରେ ସେମାନଙ୍କ ସହ ନିଷ୍ଠୁର ବ୍ୟବହାର କରାଯାଇଥିଲା ବୋଲି ଅଭିଯୋଗ ଆଣିଛି ପେଟା । ସୋମବାର ଦିନ ଟୁଇଟରରେ ଏକ ପୋଷ୍ଟ ସେୟାର କରି, ଡ଼ିୟର ପ୍ରିୟଙ୍କା ଏବଂ ନିକ୍, ଆଜିକାଲି ଲୋକମାନେ ବିବାହରେ ହାତୀ ଏବଂ ଘୋଡ଼ାର ବ୍ୟବହାର କରୁ ନାହାନ୍ତି । ବିବାହ ପାଇଁ ଶୁଭକାମନା । କିନ୍ତୁ ଆମେ ଦୁଃଖି କି ଦିନଟି ପଶୁମାନଙ୍କ ପାଇଁ ଶୁଭ ଦିନ ନ ଥିଲା ବୋଲି ଲେଖିଥିବା ଦେଖାଯାଇଛି ।
Dear @priyankachopra and @nickjonas. Eles 4 weddings live n chains & horses r controlled w whips, spiked bits. Ppl r rejecting ele rides: https://t.co/Gea5jvP6LP & having horse-free weddings. Congrats, but we regret it was not a happy day for animals. pic.twitter.com/p9FFeJ969B
— PETA India ❤️❤️ (@PetaIndia) 3 December 2018
ପ୍ରଥମେ ଆତସବାଜି ଏବଂ ପରେ ପଶୁମାନଙ୍କ ପ୍ରତି କ୍ରୁରତାର ଅଭିଯୋଗ ଲାଗିବା ପରେ ଏବେ ପ୍ରିୟଙ୍କାଙ୍କ ପ୍ରତିକ୍ରିୟା କ’ଣ ରହିବ ତାହା ଦେଖିବାକୁ ବାକି ରହିଲା ।