ମୁମ୍ବାଇ: ଯଦିଓ ମୁମ୍ବାଇରେ କରୋନା ଭାଇରସ୍ର ପ୍ରଭାବ ଏଯାଏ ଦେଖିବାକୁ ମିଳିନାହିଁ। ମାତ୍ର ବଲିଉଡ୍ ତାରକାମାନେ ଆଗୁଆ ସତର୍କ ହେଉଥିବାର ଦେଖିବାକୁ ମିଳୁଛି। ରଣବୀର କପୁର ଓ ସନ୍ନି ଲିଓନଙ୍କ ପରି ବଲିଉଡ୍ ତାରକାମାନେ ନିକଟରେ ବିମାନବନ୍ଦରରେ ଦେଖିବାକୁ ମିଳିଛନ୍ତି। ସେମାନେ ମୁହଁରେ ମାସ୍କ ପିିନ୍ଧିଥିବାର ନଜର ଆସିଛନ୍ତି। ରଣବୀର ମୁମ୍ବାଇ ବିମାନବନ୍ଦରରେ ମାସ୍କ ପିନ୍ଧି ନଜର ଆସିବା ବେଳେ ତାଙ୍କର ଫେଟୋ ଓ ଭିଡିଓ କ୍ଲିକ୍ ହୋଇଛି, ଯାହାକି ଏବେ ଇଣ୍ଟର୍ନେଟ୍ରେ ଛାଇବାରେ ଲାଗିଛି। ସେ ବିମାନ ବନ୍ଦରରେ ଟି-ସାର୍ଟ ଓ ଖାକି ପ୍ୟାଣ୍ଟ୍ ପିନ୍ଧି ଯାଉଥିବାର ଦେଖିବାକୁ ମିଳିଛନ୍ତି। ଧଳା ରଙ୍ଗର ଜୋତା ସଙ୍ଗକୁ ମୁଣ୍ଡରେ ନୀଳ ରଂଗର ଟୋପି ବି ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି ରଣବୀର।
View this post on Instagram#RanbirKapoor snapped at the airport today #paparazzi #pictureperfect #instadaily #manavmanglani
ସେହିପରି ଅଭିନେତ୍ରୀ ସନ୍ନି ଲିଓନ ମଧ୍ୟ ବିମାନବନ୍ଦରରେ ମାସ୍କ ପିନ୍ଧି ନଜର ଆସିଛନ୍ତି। ତାଙ୍କ ସହ ନଜର ଅସିଛନ୍ତି ତାଙ୍କ ସ୍ବାମୀ ଡାନିଏଲ୍ ୱେବର୍। ସେଠାରେ ପ୍ରଶଂସକମାନେ ତାଙ୍କୁ ସେଲ୍ଫି ମାଗିବାରୁ ମନା କରି ଦେଇଥିଲେ ସନ୍ନି। ଆପଣ ଜାଣିଥିବେ ନିଶ୍ଚୟ ଯେ କରୋନା ଭାଇରସ୍ ଭୟରେ ଅନେକ ବଲିଉଡ୍ ତାରକା ଏବେ ସତର୍କତା ଅବଲମ୍ବନ କରୁଛନ୍ତି। ଏପରିକି ସେମାନେ ଏହି ଭାଇରସ୍ର ପ୍ରଭାବ ପୂରା ନଯିବା ଯାଏ କାହାର ବି ନିକଟତର ହେବେ ନାହିଁ ବୋଲି ଚିନ୍ତା କରି ପ୍ରଶଂସକମାନଙ୍କୁ ସେଲ୍ଫି ମାଗିବାକୁ ମନା କରିଛନ୍ତି।
View this post on Instagram
ଉଲ୍ଲେଖଯୋଗ୍ୟ, ଚୀନର ଉହାନ୍ ସହରରୁ ବ୍ୟାପିଥିବା ଏହି ଭାଇରସ୍ ସଂକ୍ରମଣରେ ସମୁଦାୟ ୨୩ଟି ଦେଶ ପ୍ରଭାବିତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୫ ହଜାର ଟପିଲାଣି। ଚୀନରେ ଏବେ ସୁଦ୍ଧା ଏହି ଭାଇରସ୍ ହେତୁ ୨୧୩ ଜଣଙ୍କ ଜୀବନ ଯାଇ ସାରିଲାଣି।