ଘୁଷୁରୀ ସହିତ ଫଟୋ ସୁଟ କରିବା ମଡେଲଙ୍କୁ ମହଙ୍ଗା ପଡ଼ିଲା, ଦେଖନ୍ତୁ ଭିଡିଓ
ହାଇଦ୍ରାବାଦ: କେରେବିୟନ୍ ଦେଶ ବହମାସ୍ରେ ଘୁଷୁରୀଙ୍କ ସହ ଫଟୋସୁଟ୍ କରିବା ଜଣେ ମଡେଲଙ୍କୁ ମହଙ୍ଗା ପଡ଼ିଛି। ଫିଟ୍ନେସ୍ ମଡେଲ ମିସେଲ ଲେଓ୍ଵିନ୍ ଫଟୋ ସୁଟ ସମୟରେ ନିଜ ସହିତ ଘଟିଥିବା ଘଟଣାର ଏକ ଭିଡିଓକୁ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଦର୍ଶକଙ୍କୁ ଖୁବ୍ ଆକର୍ଷଣ କରୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଭାଇରାଲ ଭିଡିଓଟି ବହମାସର ପିଗ୍ ଆଇଲ୍ୟାଣ୍ଡ ( ଘୁଷୁରୀ ଦ୍ଵୀପ)ରେ ସୁଟ୍ କରାଯାଇଛି। ଫିଟ୍ନେସ୍ ମଡେଲ ମାଇକେଲ ଲେୱିନ ଫଟୋସୁଟ କରିବା ପାଇଁ ନିକଟରେ ଏହି ଦ୍ଵୀପକୁ ଯାଇଥିଲେ । ଲେୱିନ ସେଠାରେ ଘୁଷୁରୀଙ୍କ ସହ କିଛି ଫଟୋସୁଟ କରୁଥିଲେ। ଏହି ଫଟୋ ସୁଟ କରୁଥିବା ସମୟରେ ଲେୱିନଙ୍କୁ ଘୁଷୁରୀ ଗୋଡାଇବାକୁ ଲାଗିଥିଲା। ପରେ ଲେଓ୍ଵିନ୍ ଘୁଷୁରୀ ଆକ୍ରମଣରେ ଆହତ ହୋଇଥିଲେ।
ତେବେ ଏହି ଘୁଷୁରୀ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାର କିଛି ଘଣ୍ଟା ଭିତରେ ୫.୭ ମିଲିୟନ ଦର୍ଶକ ଏହି ଭିଡିଓକୁ ଦେଖିଥିଲେ। ସେହିପରି ଅନେକ କୌତୂହଳ କମେଣ୍ଟ ମଧ୍ୟ ଆସିଥିବା ଦେଖିବାକୁ ମିଳିଛି।