ପ୍ରଥମ ଥର ଲାଗି ଏହି ନବାଗତଙ୍କ ବିପକ୍ଷରେ ନଜର ଆସିବେ ପିଆଲି

Advertisment
ପ୍ରଥମ ଥର ଲାଗି ଏହି ନବାଗତଙ୍କ ବିପକ୍ଷରେ ନଜର ଆସିବେ ପିଆଲି

ଭୁବନେଶ୍ବର: ଓଡ଼ିଆ ଫିଲ୍ମ ‘ଚୁମକି ମାଇଁ ଡାର୍ଲିଂଗ’ ଓ ‘ପାପ’ ପରେ ନାୟିକା ପିଆଲିଙ୍କୁ ଖୁବ୍ ଶୀଘ୍ର ଏକ ନୂଆ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାର ଶୀର୍ଷକ ହେଲା ‘ତତେ ଷୋହଳକୁ ମତେ ସତର’। ଏଥିରେ ଜଣେ ନବାଗତଙ୍କ ବିପକ୍ଷରେ ପିଆଲି ନଜର ଆସିବେ। ହଁ, ପ୍ରଥମ ଥର ଲାଗି ସେ ନବାଗତ ନାୟକ ସୁସଙ୍କେତଙ୍କ ସହ ବଡ଼ ପରଦାରେ ନଜର ଆସିବେ। ସୂଚନାଯୋଗ୍ୟ, ‘ଚୁମକି ମାଇଁ ଡାର୍ଲିଂଗ’ରେ ପିଆଲିଙ୍କର ନାୟକ ଥିଲେ ସମ୍ବିତ।

publive-image‘ତତେ ଷୋହଳକୁ ମତେ ସତର’ରେ ସୁକାନ୍ତ ରଥ ଓ ତପି ମିଶ୍ର ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ମୁନ୍ ଟିଭି ବ୍ୟାନରରେ ନିର୍ମାଣାଧୀନ ଶଚିକାନ୍ତ ଜେନା ଓ ବିନି ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ଅଶ୍ବିନୀ ଗଡ଼ନାୟକ। ଡକ୍ଟର ରଜନୀରଞ୍ଜନ ଏହାର ସଂଳାପକାର ଓ ବୈଦ୍ୟନାଥ ଦାଶ ସଙ୍ଗୀତକାର।

ସୁଧାଂଶୁମୋହନ ସାହୁ ଓ ଅଶୋକ ପତିଙ୍କ ପରେ ଅଶ୍ବିନୀ ଗଡ଼ନାୟକଙ୍କ ପରି ଜଣେ ଜଣାଶୁଣା ନିର୍ଦ୍ଦେଶକଙ୍କ ସହ କାମ କରୁଥିବାରୁ ପିଆଲି ଖୁସି। ‘ତତେ ଷୋହଳକୁ ମତେ ସତର’ ତାଙ୍କୁ ଆଉ ଏକ ପାଦ ଆଗେଇନେବ ବୋଲି ସେ ଆଶା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe