ବିରୁଷ୍କାଙ୍କ ପରି ପ୍ରିୟଙ୍କା-ନିକ୍‌ଙ୍କୁ ବି ବିବାହ ଶୁଭେଚ୍ଛା ଦେବାକୁ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ: ବଲିଉଡ୍‌ରେ ଗୋଟିଏ ପରେ ଗୋଟିଏ କାଳାକାରଙ୍କ ଘରେ ସାହାନାଈ ବାଜିବାରେ ଲାଗିଛି। ରଣବୀର ସିଂହ ଓ ଦୀପିକା ପାଦୁକୋନ ଇଟାଲିରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ବିବାହ କରିବାକୁ ଯାଉଛନ୍ତି ବଲିଉଡ୍‌ ଟର୍ଣ୍ଣଡ ହଲିଉଡ୍‌ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କା ତାଙ୍କ ଆମେରିକୀୟ ପ୍ରେମିକ ପ୍ରଖ୍ୟତ କଣ୍ଠଶିଳ୍ପୀ ନିକ୍‌ ଜୋନ୍‌ସଙ୍କୁ ଡିସେମ୍ବର ମାସରେ ଯୋଧପୁରଠାରେ ବିବାହ କରିବେ ବୋଲି ରିପୋର୍ଟ ରହିଛି। ଏବେ ଠାରୁ ସେମାନଙ୍କ ବିବାହ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ଦୀପବୀରଙ୍କ ପୂର୍ବରୁ ୨୦୧୭ ମସିହାରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟ୍‌ ତାରକା ବିରାଟ କୋହଲିଙ୍କର ବିବାହ ହୋଇଥିଲା। ତେବେ ସେମାନଙ୍କ ବିବାହର ସ୍ୱତନ୍ତ୍ରତା ହେଉଛି ସେମାନଙ୍କ ଦିଲ୍ଲୀ ଭୋଜିରେ ଉପସ୍ଥିତ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମମନ୍ତ୍ରୀ ମୋଦି ବିରୁଷ୍କାଙ୍କୁ ତାଙ୍କର ଆଶିର୍ବାଦ ସହ ଶୁଭକାମନା ଦେଇଥିଲେ। ଏବେ ରିପୋର୍ଟ ରହିଛି ଯେ ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହରେ ବି ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର