ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀଉପରେ ନିର୍ମିତ ହୋଇଛି କେବଳ ଏହି ହିନ୍ଦୀ ସିନେମା

ମୁମ୍ବାଇ:ଆଜି ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ତମ ଜନ୍ମ ଦିବସ। ଏଯାବତ୍ କେବଳ ଥରଟିଏ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ହିନ୍ଦୀ ସିନେମା ନିର୍ମିତ ହୋଇଛି। ଏହାର ଟାଇଟଲ ହେଲା ‘ପିଏମ ନରେନ୍ଦ୍ର ମୋଦୀ’। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ବିବେକ ଓବେରଏ ନଜର ଆସିଥିଲେ।

photo-oneindia

ନିର୍ମାତା ସନ୍ଦୀପ ସିଂହ ଓ ଲୋକପ୍ରିୟ ଅଭିନେତା ସୁରେଶ ଓବେରଏଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ । ଏହି ଫିଲ୍ମରେ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍‌ ମୋଦୀଙ୍କ ଭୂମିକାରେ ଅଭିନେତ୍ରୀ ଜରିନା ଓ୍ଵହାବ୍‌ ଅଭିନୟ କରି ଥିଲେ। ମୋଦୀଙ୍କ ପିତା ଭୂମିକାରେ ରାଜେନ୍ଦ୍ର ଗୁପ୍ତା ଅଭିନୟ କରିଥିଲେ। ଖାଲି ସେତିକି ନୁହେଁ ଏହି ବାୟୋପିକ୍‌ ଫିଲ୍ମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଭୂମିକାରେ ଜଣାଶୁଣା ଅଭିନେତା ମନୋଜ ଯୋଶୀ ଅଭିନୟ କରିଥିଲେ ।

‘ପିଏମ ନରେନ୍ଦ୍ର ମୋଦୀ’ ଗତ ମଇ ମାସ ୨୪ ତାରିଖରେ ମୁକ୍ତିଲାଭ କରିଥିଲା। ବିଜେପି ପ୍ରଚଣ୍ଡ ବହୁମତ ସହ କ୍ଷମତାକୁ ଫେରିଥିବାର ଠିକ୍ ଗୋଟିଏ ଦିନପରେ ଏହା ପରଦାକୁ ଆସିଥିଲା। ଫିଲ୍ମଟି ଦର୍ଶକଙ୍କ ପସନ୍ଦ ବି ଆସିଥିଲା ଏବଂ ଏହା ଭଲ ବ୍ୟବସାୟ କରିଥିଲା।

ସମ୍ବନ୍ଧିତ ଖବର