କଣ୍ଠଶିଳ୍ପୀ ଓ ଉପସ୍ଥାପକ ଆଦିତ୍ୟ ନାରାୟଣ ପତ୍ନୀ ଶ୍ବେତା ଅଗ୍ରୱାଲଙ୍କ ସହ ବିବାହ ଜୀବନ ଉପଭୋଗ କରୁଛନ୍ତି। ଏହି ଅବସରରେ ଆଦିତ୍ୟଙ୍କ ବାପା ଉଦିତ ନାରାୟଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମହାନାୟକ ଅମିତାଭ ବଚ୍ଚନଙ୍କ ଚିଠି ସେୟାର କରିଛନ୍ତି। ସେଇ ଚିଠିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଆଦିତ୍ୟ ଓ ଶ୍ବେତାଙ୍କ ବିବାହ ନିମନ୍ତ୍ରଣ ପତ୍ର ପାଇ ବହୁତ ଖୁସି ହେଲି। ପରିବାରର ଖୁସିରେ ମୋତେ ସାମିଲ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ବର ବଧୂଙ୍କୁ ଜୀବନର ନୂଆ ଶୁଭାରମ୍ଭ ପାଇଁ ହାର୍ଦିକ ଅଭିନନ୍ଦନ। ଅମିତାଭ ବଚ୍ଚନ ଲେଖିଛନ୍ତି, ମୁଁ ଆପଣଙ୍କର ଏକମାତ୍ର ପୁଅର ବିବାହ ଖବର ପାଇ ଆନନ୍ଦିତ। ମୋତେ ବାହାଘର ସମାରୋହକୁ ଆମନ୍ତ୍ରିତ କରିଥିବାରୁ ଧନ୍ୟବାଦ।
ଆଦିତ୍ୟ ନାରାୟଣଙ୍କୁ ପ୍ରଧାନମନ୍ତ୍ରୀ, ଅମିତାଭ ବଚ୍ଚନଙ୍କ ଶୁଭେଚ୍ଛା
/sambad/media/post_attachments/wp-content/uploads/2020/12/Congratulations-to-Prime-Minister-Amitabh-Bachchan-on-Aditya-Narayan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)