ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‌ ନରେନ୍ଦ୍ର’ ମୋଦିଙ୍କ ପୋଷ୍ଟର୍‌ ରିଲିଜ୍‌ ହୋଇସାରିଛି। ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅଭିନେତା ବିବେକ ଓବରାୟ। ବିବେକ ଅବିକଳ ମୋଦିଙ୍କ ପରି ଦିଶୁଛନ୍ତି। ଏହି ଚଳଚ୍ଚିତ୍ରର ପଞ୍ଚଲାଇନ୍‌ ରହିଛି ‘ଦେଶ ଭକ୍ତି ହି ମେରି ଶକ୍ତି’। ଏହି ଚଳଚ୍ଚିତ୍ରର ପୋଷ୍ଟର ୨୨ଟି ଭାଷାରେ ଲଞ୍ଚ କରାଯାଇଛି। ଆଶା କରାଯାଉଛି ଯେ ୨୦୧୯ ନିର୍ବାଚନ ପୂର୍ବରୁ ଏହି ଚଳଚ୍ଚିତ୍ର ମୋଦିଙ୍କ ପାଇଁ ମାଷ୍ଟର୍‌ ଷ୍ଟ୍ରୋକ୍‌ ସାବ୍ୟସ୍ତ ହୋଇପାରେ।

Advertisment

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଏହି ଚଳଚ୍ଚିତ୍ରର ପ୍ରଥମ ଲୁକ୍‌ ପୋଷ୍ଟର୍‌କୁ ଜାରି କରିଛନ୍ତି। ଏହାକୁ ଟ୍ରେଡ୍‌ ଆନାଲିଷ୍ଟ୍‍ ତରଣ ଆଦର୍ଶ ବି ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ବିବେକ ଓବରାୟ ଏହାକୁ ନିଜ ଟୁଇଟର୍‌ରେ ସେୟାର କରି ଲେଖିଛନ୍ତି, ‘ଏଇ ଅଦ୍ଭୂତ ରାସ୍ତା ପାଇଁ ଆପଣଙ୍କ ଶୁଭକାମନା ଆଶୀର୍ବାଦ ଜରୁରୀ ଅଟେ। ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଉମଙ୍ଗ କୁମାର।