ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ସୋମବାର ବିବେକ ଓବରାଏଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍‌ ରିଲିଜ୍‌ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରିବ ବୋଲି ଅଭିଯୋଗ ଆସିବା ସହ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ କୋର୍ଟରେ ଆବେଦନ ହୋଇଥିଲା। ମାତ୍ର କୋର୍ଟ ମାମଲାର ବିଚାର କରି ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି।

Advertisment

ନରେନ୍ଦ୍ର ଦାମଦୋର ମୋଦୀରୁ କିପରି ଥିଲା ଭାରତର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ତାହା ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଚଳଚ୍ଚିତ୍ରଟି ଏପ୍ରିଲ୍‌ ୫ ତାରିଖରେ ରିଲିଜ୍‌ ହେବ ବୋଲି ଜାଣିବାକୁ ମିଳିଛି।

publive-image India Today

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ରୋକ ଲଗାଇବା ପାଇଁ ଓକିଲ ଗଣେଶ ଗୁପ୍ତା ଓ ତୋଶିଫ୍‌ ଶୈଖ୍‌ ଏକ ଜନ ସ୍ୱାର୍ଥ ମାମଲା ଆଗତ କରିଥିଲେ। ଦାୟର ହୋଇଥିବା ଯାଚିକାରେ ଉଲ୍ଲେଖ କରାଯାଇଥିଲା ଯେ ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ରଟି ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ରିଲିଜ୍‌ ହେଉଛି ତେବେ ତାହା ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିବ। ମାତ୍ର ଅଦାଲତ ଏହାର ଶୁଣାଣି କରି ଚଳଚ୍ଚିତ୍ରଟି ନିର୍ଦ୍ଧାରିତ ସମୟରେ ମୁକ୍ତିଲାଭ କରିବ ବୋଲି କହିଛନ୍ତି।