ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ରେ ମୋଦୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବଲିଉଡ୍ ଅଭିନେତା ବିବେକ ଓବରଏ ଚଳଚ୍ଚିତ୍ରର ରିଲିଜ୍ ନେଇ ଗୁରୁବାର ନିର୍ବାଚନ କମିସନଙ୍କୁ ଭେଟିଛନ୍ତି। ନିର୍ବାଚନ କମିସନଙ୍କୁ ଭେଟିବା ପରେ ବିବେକ କହିଛନ୍ତି ପୋଲ୍ ପ୍ୟାନେଲ୍ ବୁଧବାର ଦିନ ପୂରା ବାୟୋପିକ୍ ଦେଖିଛନ୍ତି ଓ ଚଳଚ୍ଚିତ୍ରକୁ ନେଇ ସକାରାତ୍ମକ ଇଙ୍ଗିତ ଦେଇଛନ୍ତି।
ସେ ଗଣମାଧ୍ୟମରେ କହିଛନ୍ତି କି ‘ତାଙ୍କର ଉତ୍ତର ମୁଁ ଆପଣମାନଙ୍କୁ କହିପାରିବି ନାହିଁ। ମାତ୍ର ତାଙ୍କୁ ଭେଟି ଓ ତାଙ୍କ ଉତ୍ତର ପାଇ ଆମେ ଖୁବ୍ ଖୁସି। ଆଶା କରୁଛି ଯେ ଚଳଚ୍ଚିତ୍ରଟି ଖୁବ୍ ଶୀଘ୍ର ରିଲିଜ୍ ହେବ। ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରର କୌଣସି ରାଜନୈତିକ ଏଜେଣ୍ଡା ନାହିଁ।’
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ବାୟୋପିକର ପ୍ରଦର୍ଶନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିରୋଧୀମାନେ ସୁପ୍ରିମ୍କୋର୍ଟରେ ଅଭିଯୋଗ ଆଣିଥିଲେ। ସଂପୂର୍ଣ୍ଣ ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ କୋର୍ଟ ନିର୍ବାଚନ କମିସନଙ୍କୁ ସୋମବାର ନିର୍ଦ୍ଦେଶ ଦେଇଥିଲେ। ବୁଧବାର ନିର୍ବାଚନ କମିସନ ଚଳଚ୍ଚିତ୍ରଟିକୁ ଦେଖିବା ପରେ ଏକ ମୁଦା ଲଫାପାରେ କୋର୍ଟଙ୍କ ନିକଟକୁ ରିପୋର୍ଟ ପଠାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Vivek-Oberoi-784x441.jpg)