ଇନ୍‌ଷ୍ଟାରେ ବଡ଼ ବଡ଼ ନେତାଙ୍କୁ ପଛରେ ପକାଇଥିଲେ ମଧ୍ୟ ଏହି ଦୁଇ ଅଭିନେତ୍ରୀଙ୍କ ପଛରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କାମ ସହ ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ସକ୍ରିୟ । ସୋସିଆଲ ମିଡିଆ ଜରିଆରେ ସେ ନିଜର ଫଟୋ ସହ ନିଜର ମନର କଥା ମଧ୍ୟ ଲୋକଙ୍କୁ ଜଣାଇଥାନ୍ତି । କିଛି ଦିନ ତଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାରେ ତାଙ୍କ ଫଲୋର୍ସ ସଂଖ୍ୟା ୩୦ମିଲିୟନ ଟପିଥିଲା । ଅନେକ ବଡ଼ ବଡ଼ ନେତାଙ୍କୁ ପଛରେ ପକାଇ ମୋଦୀଜୀ ୩୦ମିଲିୟନ ଫଲୋର୍ସଙ୍କ ପ୍ରିୟ ନେତା ପାଲଟିଥିଲେ । ଏତେ ବଡ଼ ସଫଳତା ପରେ ମଧ୍ୟ ଏବେ ବି ମୋଦୀଜୀ ବଲିଉଡ୍‌ର ଦୁଇ ଅଭିନେତ୍ରୀଙ୍କଠାରୁ ପଛରେ ରହିଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍‌ ଏବେ ବି ମୋଦୀଜୀଙ୍କଠାରୁ ଖୁବ୍‌ ଆଗରେ ।

प्रियंका चोपड़ा, पीएम नरेन्द्र मोदी और दीपिक पादुकोण
amarujala.com

ସୂଚନା ମୁତାବକ, ମୋଦୀଜୀଙ୍କର ଇନ୍‌ଷ୍ଟାରେ ୩୦ମିଲିୟନ୍‌ ଫଲୋୟର୍ସ ଥିବା ବେଳେ ପ୍ରିୟଙ୍କାଙ୍କର ୪୫.୩ ମିଲିୟନ୍‌ ଓ ଦୀପିକାଙ୍କର ୩୯.୫ ମିଲିୟନ୍‌ ଫଲୋୟର୍ସ ଅଛନ୍ତି । ଇନ୍‌ଷ୍ଟାରେ ମୋଦୀଜୀ ଏ ପର୍ଯ୍ୟନ୍ତ ୩୫୦ଟି ପୋଷ୍ଟ କରି ସାରିଥିବା ବେଳେ ପ୍ରିୟଙ୍କା ୨୯୭୯ଟି ପୋଷ୍ଟ ଓ ଦୀପିକା ୯୮୪ଟି ପୋଷ୍ଟ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ମୋଦୀଜୀ ଏ ପର୍ଯ୍ୟନ୍ତ କାହାକୁ ଫଲୋ କରି ନାହାନ୍ତି । କିନ୍ତୁ ପ୍ରିୟଙ୍କା ୪୭୨ଜଣଙ୍କୁ ଫଲୋ କରୁଥିବା ବେଳେ ଦୀପିକା ୧୦୪ଜଣ ଲୋକଙ୍କୁ ଫଲୋ କରୁଥିବା ଦେଖାଯାଇଛିି ।

ସମ୍ବନ୍ଧିତ ଖବର