ବୀରୁ ଦେବଗନଙ୍କ ଦେହାନ୍ତ ପରେ ଶୋକ ପତ୍ର ଲେଖି ପଠାଇଲେ ମୋଦୀ, ଏଭଳି ଧନ୍ୟବାଦ୍‌ ଜଣାଇଲେ ଅଜୟ

ମୁମ୍ବାଇ : ମେ’ ୨୭ ଗୁରୁବାର ଦିନ ସମସ୍ତଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଥିଲେ ବଲିଉଡ୍‌ର ଷ୍ଟଣ୍ଟ ମାଷ୍ଟର ତଥା ଅଭିନେତା ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ । ହଠାତ୍‌ ତାଙ୍କ ବିୟୋଗ ଖବର ଶୁଣି ସାରା ବଲିଉଡ୍‌ ସ୍ତବ୍ଧ ହୋଇ ଯାଇଥିଲା । ନିଜର ଶୋକ ବ୍ୟକ୍ତ କରିବା ପାଇଁ ଦେବଗନଙ୍କ ନିବାସ ଆଗରେ ସେଲିବ୍ରିଟିମାନଙ୍କର ଧାଡ଼ି ଲାଗିଥିଲା । ଏ ମଧ୍ୟରେ ପାଖରେ ନ ପହଞ୍ଚି ମଧ୍ୟ ଚିଠି ଜରିଆରେ ନିଜର ଶୋକ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମେ’ ୨୮ରେ ମୋଦୀଜୀ ବୀରୁ ଦେବଗନଙ୍କ ଉଦ୍ଦେଶ୍ୟରେ ଲେଖି ବଲିଉଡ୍‌ରେ ତାଙ୍କ ଯୋଗଦାନକୁ ମନେ ପକାଇଥିଲେ । ଚିଠିରେ ଦେବଗନ ପରିବାରକୁ ସାନ୍ତ୍ୱନା ଦେବା ସହ ବଲିଉଡ୍‌ରେ ବୀରୁ ଦେବଗଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ ବୋଲି ଲେଖିଥିଲେ ମୋଦୀ । ଚିଠି ପାଇବା ପରେ ଆଜି ଅଜୟ ଦେବଗନ ତାଙ୍କୁ ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି ।

ଟୁଇଟ୍‌ରେ, ମୋ ମା’ ଏବଂ ପୂରା ଦେବଗନ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଚିଠିକୁ ନେଇ ଆଭାର ବ୍ୟକ୍ତି କରୁଛୁ ବୋଲି ଲେଖିଥିଲେ ଅଜୟ ।

ସମ୍ବନ୍ଧିତ ଖବର