ମୁମ୍ବାଇ: ବର୍ତ୍ତମାନ କରୋନାଭାଇରସକୁ ନେଇ ଦେଶବାସୀ ସତର୍କ ହେବାରେ ଲାଗିଛନ୍ତି। ସରକାର ସଂକ୍ରମଣକୁ ରୋକିବା ପାଇଁ ସ୍କୁଲ-କଲେଜ ବନ୍ଦ କରିଦେଇଥିବା ବେଳେ ସମସ୍ତ ଜନସମାଗସ୍ଥଳୀକୁ ବନ୍ଦ ରଖାଯାଇଛି। ଲୋକେ ଅତି ଜରୁରୀ କାମ ଥିଲେ ମାସ୍କ ପିନ୍ଧି ବାହାରକୁ ବାହାରୁଛନ୍ତି। କିନ୍ତୁ କିଛି ଲୋକ ଏବେ ବି ମାସ୍କ ଓ ସାନିଟାଇଜର ବ୍ୟବହାର ନ କରିବା ସହ ବାହାରେ ବୁଲୁଥିବାର ଦେଖାଯାଇଛି। ଘରେ ରହିବା ପାଇଁ ଦିଆଯାଇଥିବା ଛୁଟିକୁ ଲୋକେ ବାହାରେ ବୁଲିବାରେ ଲଗାଉଥିବାରୁ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏକ ଭିଡିଓ ଟୁଇଟ୍ କରି ଲୋକଙ୍କୁ ସଚେତନ କରାଇଛନ୍ତି। ସେ ତାଙ୍କର ଫିଲ୍ମ ‘ପ୍ୟାର୍ କା ପଞ୍ଚନାମା’ରେ ଥିବା ସଂଳାପର ଶୈଳୀକୁ ବ୍ୟବହାର କରି ଲୋକଙ୍କୁ ସତର୍କ କରାଇଥିବା ଦେଖାଯାଇଛି।
କାର୍ତ୍ତିକଙ୍କ ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ତାଙ୍କ ଭିଡିଓକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାର୍ତ୍ତିକଙ୍କ ଭିଡିଓକୁ ରି-ଟୁଇଟ୍ କରିବା ସହ ମୋଦୀଜୀ ଲେଖିଛନ୍ତି କି, ଯୁବ କଳାକାରମାନଙ୍କୁ କିଛି କହିବାର ଅଛି। ଏବେ ଅଧିକ ସାବଧାନ ରହିବାର ସମୟ ଏବଂ 'କରୋନା କା ପଞ୍ଚନାମା' କରିବାର ସମୟ ବୋଲି ଲେଖିଥିଲେ।
The young actors have something to say..
Its time to be 'Zyada Savdhan' and do 'Corona ka Punchnama'! #IndiaFightsCoronahttps://t.co/drEZc4ySZMhttps://t.co/KbQaDg7a5Nhttps://t.co/1RjvF70jJlhttps://t.co/nwIES94SDD
— Narendra Modi (@narendramodi) March 20, 2020
କାର୍ତ୍ତିକ ସେୟାର କରିଥିବା ଭିଡିଓରେ ଦେଖାଯାଇଛି କି, ସେ ଛୁଟି ମିଳିବା ପରେ ବାହାରେ ବୁଲି ମଜା କରୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି। ଏହା ସହ ୱାର୍କ ଫ୍ରାମ୍ ହୋମର ସୁବିଧା ଥାଇ ମଧ୍ୟ ଲୋକ ଅଫିସ ଯାଉଥିବାରୁ କାର୍ତ୍ତିିକ ସେମାନଙ୍କୁ ଘରେ ରହିି କାମ କରିବା ପାଇଁ କହିଛନ୍ତି। ଲୋକଙ୍କୁ ସତର୍କ କରାଇବା ପାଇଁ କାର୍ତ୍ତିକ ସେୟାର କରିଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।