ଫିଲ୍ମର ସ୍କ୍ରିନିଙ୍ଗ ସମୟରେ ବିବେକ ଓବରଏ ଖୋଲିଲେ ଦୋକାନ, ବାଣ୍ଟିଲେ ଚା’
ମୁମ୍ବାଇ : ଶୁକ୍ରବାର ଅଟକି ରହିଥିବା ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦୀ’ ରିଲିଜ୍ ହୋଇଛି । ଫିଲ୍ମ ରିଲିଜ୍ ପରେ ଏହାକୁ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳୁଥିବା ଦେଖା ଯାଇଛି । ତେବେ ରିଲିଜ୍ ପୂର୍ବ ଦିନ ଗୁରୁବାର ମୁମ୍ବାଇର ପିଭିଆର୍ ସିନେମାରେ ଏହାର ସ୍କ୍ରିନିଙ୍ଗ ରଖା ଯାଇଥିଲା, ଫିଲ୍ମ ଦେଖିବାକୁ ଅନେକ ବଲିଉଡ୍ କଳାକାର ଆସି ପହଞ୍ଚିଥିଲେ । ତେବେ ଫିଲ୍ମରେ ମୋଦୀଜୀଙ୍କ ଚରିତ୍ର ନଜର ଆସିଥିବା ଅଭିନେତା ବିବେକ ଓବରଏ ଭିନ୍ନ ଅନ୍ଦାଜରେ ଲୋକଙ୍କୁ ସ୍ୱାଗତ କରିଥିଲେ । ସ୍କ୍ରିନିଙ୍ଗ ପାଇଁ ଆସିଥିବା ଲୋକଙ୍କୁ ନିଜ ହାତରେ ଚା’ ବାଣ୍ଟିଥିଲେ ଅଭିନେତା ବିବେକ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଚା’ ବିକି ନିଜ ଜୀବନର ଯାତ୍ରା ଆରମ୍ଭ କରିଥିବାରୁ ବିବେକ ଏଭଳି କରିଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଫିଲ୍ମ ସ୍କ୍ରିନିଙ୍ଗରେ, ଫିଲ୍ମର ପ୍ରଯୋଜକ ସୁରେଶ ଓବରଏ, ସନ୍ଦୀପ ସିଂହ, ଆନନ୍ଦ ପଣ୍ଡିତ, ନିର୍ଦ୍ଦେଶକ ଓମଙ୍ଗ ଓବରଏ ଏବଂ କଳାକାର, ବରଖା ସେନଗୁପ୍ତା, ଜରୀନା ଓ୍ୱାହାବ, ମନୋଜ ଯୋଶୀ ଏବଂ କିଶୋର ସାହାଣେଙ୍କୁ ଦେଖା ଯାଇଥିଲା ।