ନିର୍ବାଚନ ପୂର୍ବରୁ ଆଲିଆ, ରଣବୀର ଓ ଦୀପିକାଙ୍କୁ ଟୁଇଟ୍‌ କରି ଏଭଳି ଅନୁରୋଧ କଲେ ମୋଦି : ଆମ ସମୟ ଆସି ଯାଇଛି, ଏବେ…

ମୁମ୍ବାଇ : ନିର୍ବାଚନର ତାରିଖ ଘୋଷଣା ହେବା ପରେ ଏବେ ସବୁ ଦଳ ଲଢ଼ିବା ପାଇଁ ସକ୍ରିୟ ହୋଇ ଉଠିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ ଲୋକମାନଙ୍କୁ ନିଜ ଭୋଟ୍‌ ଦେବା ଅଧିକାର ବିଷୟରେ ଜଣାଇବା ଆରମ୍ଭ କରିଛନ୍ତି । ଗୋଟେ ଭୋଟ୍‌ର ଗୁରୁତ୍ୱ କେତେ ସେ ବିଷୟରେ ବୁଝାଇବା ସହ ଲୋକମାନଙ୍କୁ ଭୋଟ୍‌ ଦେବା ପାଇଁ ପ୍ରୋତ୍ସାହିତ କରିବା ଆରମ୍ଭ କରିଛନ୍ତି ମୋଦି । ଏହି କାମ ପାଇଁ ଏବେ ମୋଦି ଜୀ ବିଭିନ୍ନ ବଲିଉଡ୍‌ କଳାକାରମାନଙ୍କୁ ମଧ୍ୟ ଟୁଇଟ୍‌ କରି ଆହ୍ବାନ କରିଥିବା ଦେଖା ଯାଇଛି ।

ଅଭିନେତ୍ରୀ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ୍‌ ଏବଂ ଅନୁଷ୍କା ଶର୍ମାଙ୍କୁ ଟୁଇଟ୍‌ରରେ ଟ୍ୟାଗ୍‌ କରି, “ଆଗାମୀ ନିର୍ବାଚନରେ ଲୋକମାନଙ୍କୁ ଭୋଟ୍‌ ଦେବା ପାଇଁ ପ୍ରୋତ୍ସାହିତ କରିବାକୁ ମୁଁ ଆପଣମାନଙ୍କୁ ନିବେଦନ କରୁଛି । ଜଣେ ଲୋକପ୍ରିୟ କଳାକାର ହିସାବରେ ଆପଣଙ୍କ କାମକୁ ଅନେକ ଲୋକ ପସନ୍ଦ କରିବା ସହ ଆପଣଙ୍କୁ ଅନୁସରଣ କରୁଛନ୍ତି । ମୋର ବିଶ୍ୱାସ ଲୋକମାନେ ଆପଣଙ୍କ କଥା ନିଶ୍ଚୟ ଗ୍ରହଣ କରିବେ” ବୋଲି ମୋଦି ଜୀ ଲେଖିଥିବା ଦେଖା ଯାଇଛି ।

ଏହା ପରେ ସେ ଆଉ ଏକ ଟୁଇଟ୍‌ରେ ଅଭିନେତା ରଣବୀର ସିଂହ, ବରୁଣ ଧଓ୍ଵନ ଏବଂ ବିକି କୌଶଲଙ୍କୁ ଟ୍ୟାଗ୍‌ କରି,  ଯୁବପିଢ଼ି ତୁମ ମାନଙ୍କୁ ଅନୁସରଣ କରୁଛନ୍ତି । ଏବେ ସେମାନଙ୍କୁ କହିବାର ସମୟ ଆସିଛି କି, “ଆମ ସମୟ ଆସି ଯାଇଛି । ଏବେ ନିଜ ଜୋଶ୍‌କୁ ଉଚ୍ଚା କରି ମତଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦିଅନ୍ତୁ” ବୋଲି ଲେଖିଛନ୍ତି ମୋଦି । ଲୋକମାନଙ୍କୁ ଭୋଟ୍‌ ଦେବା ପାଇଁ ପ୍ରୋତ୍ସାହିତ କରିବାର ମୋଦିଙ୍କ ଏଭଳି ଉପାୟକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି ।

ସମ୍ବନ୍ଧିତ ଖବର