ଏହି ଫିଲ୍ମ ସହିତ ପ୍ରଧାନମନ୍ତ୍ରୀଙ୍କର କୌଣସି ସଂପର୍କ ନାହିଁ!

ମୁମ୍ବାଇ: ଲୋକପ୍ରିୟ ଟେଲି ତାରକା କୃତିକା କାମ୍‌ରା ହିନ୍ଦୀ ସିନେମା ‘ମିତ୍ରୋଁ’ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି ।ଏହା ଆଗରୁ ଅନେକ ଫିଲ୍ମର ଅଫର୍‌ ବି ମିଳିଥିଲା। ଏଥି ମଧ୍ୟରୁ କେତେକ ସିନେମା ପାଇଁ କଥାବାର୍ତ୍ତା ସରିଥିଲା। ହେଲେ ଚୁକ୍ତିନାମା ସ୍ୱାକ୍ଷରିତ ହେବା ଆଗରୁ ବା ସ୍ୱାକ୍ଷରିତ ହେବାପରେ ମଧ୍ୟ ସେହି ସିନେମାରେ ଫ୍ଲୋର୍‌କୁ ଯାଇନଥିଲା ବୋଲି କହନ୍ତି କୃତିକା କାମ୍‌ରା।
ଏହାପରେ କୃତିକା ବାଧ୍ୟ ହୋଇ ସିରିଆଲ୍‌ରେ ପୁଣି ମନୋନିବେଶ କରିଲେ। ଠିକ୍‌ ସେହି ସମୟରେ ସେ ‘ଚନ୍ଦ୍ରକାନ୍ତା’ରୁ ବ୍ରେକ୍‌ ନେବାର ଚିନ୍ତା କରିଥିଲେ। ସେତେବେଳେ ତାଙ୍କ ପାଖକୁ ନିର୍ଦ୍ଦେଶକ ନିତିନ କକ୍‌କଡ଼ଙ୍କ ଫୋନ୍‌ କଲ୍‌ ଆସିଲା। ତା’ପରେ କୃତିକା ଯାଇ ଫିଲ୍ମର କାହାଣୀ ଶୁଣିଲେ ଓ ତା’ପରେ ସେଥିପାଇଁ ଚୁକ୍ତିବଦ୍ଧ ହେଲେ। ଏହି ସିନେମାର ନାଆରଁ ହେଲା ‘ମିତ୍ରୋଁ’।
‘ମିତ୍ରୋଁ’ର କାହାଣୀ ବନ୍ଧୁତା ପ୍ରସଙ୍ଗ ଉପରେ ଆଧାରିତ ଏହାର କାହାଣୀ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ପ୍ରକାରର ସଂଯୋଗ ନାହିଁ ବୋଲି ସ୍ପଷ୍ଟଭାବେ କହିଛନ୍ତି କୃତିକା କାମ୍‌ରା।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣରେ ‘ମିତ୍ରୋଁ’ ବୋଲି ସମ୍ବୋଧନ କରିଥାନ୍ତି। ଏହି କାରଣରୁ ଅନେକ ଲୋକ ଭାବୁଥିବେ ଯେ, ଏହି ସିନେମା ସହିତ ପ୍ରଧାନମନ୍ତ୍ରୀ ବା ତାଙ୍କ ଭାଷଣର କିଛି ସଂପର୍କ ଥିବ, ହେଲେ ପ୍ରକୃତରେ ସେଭଳି କିଛି କଥା ନାହିଁ ବୋଲି କହିଛନ୍ତି କୃତିକା କାମ୍‌ରା।

ସମ୍ବନ୍ଧିତ ଖବର