ମୁମ୍ବାଇ/ ନୂଆଦିଲ୍ଲୀ : ବଲିଉଡ଼ ଫିଲ୍ମ ‘ପଦ୍ମାବତ’ରେ ଇତିହାସକୁ ଭୁଲ ଭାବରେ ଦେଖାଯାଇଛି ବୋଲି ଆରୋପ ଲଗାଇଥିବା କର୍ଣ୍ଣିସେନା ଏବେ ବିବାଦରେ ଛନ୍ଦି ହେବାରେ ଲାଗିଛି । ଫିଲ୍ମ ପାଇଁ ଅନେକ ବିବାଦର ସୂତ୍ରଧର ଥିବା କର୍ଣ୍ଣିସେନାକୁ ଏବେ ସେଥିପାଇଁ ଅନେକ ବିବାଦର ସମ୍ନା କରିବାକୁ ପଡ଼ୁଛି । ଗୁରୁବାର କର୍ଣ୍ଣିସେନା ବିରୋଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ପିଟିସନ୍ ଦାୟର କରାଯାଇଥିବା ବେଳେ ଅଧିକ ଗଣ୍ଣଗୋଳ ଆଶଙ୍କାରେ କର୍ଣ୍ଣିସେନା ମୁଖ୍ୟ ସୂରଜପାଲ୍ ଅମୁଙ୍କୁ ପୁଲିସ ପକ୍ଷରୁ ଅଟକ ରଖାଯାଇଛି।
୨୦୧୭ ଡିିସେମ୍ବରରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ପଦ୍ମାବତୀ’କୁ ରାଜସ୍ଥାନର କର୍ଣ୍ଣିସେନା ବିରୋଧ କରିବାରୁ ଏହି ଫିଲ୍ମର କିଛି ସିନ୍କୁ କଟାଯାଇ ଫିଲ୍ମର ନାମ ‘ପଦ୍ମାବତ’ ରଖାଯାଇଥିଲା । ଏହା ସହ ଫିଲ୍ମର ରିଲିଜ୍ ତାରିଖକୁ ବଦଳାଇ ଜାନୁଆରି ୨୫କୁ ରଖା ଯାଇଥିଲା ।
ଏତେ ସବୁ ପରେ ମଧ୍ୟ କର୍ଣ୍ଣିସେନା ତାର ବିରୋଧ ପ୍ରଦର୍ଶନ ଜାରି ରଖିଥିଲା । ଏହି ବିରୋଧ ପ୍ରଦର୍ଶନରେ ଗୁଜୁରାଟରେ ପ୍ରାୟ ୧୫୦ଟି କାର୍ କ୍ଷତିଗ୍ରସ୍ତ ହେବା ସହ ନୋଏଡ଼ାରେ ବିଭିନ୍ନ ଟୋଲ ବୁଥ୍କୁ ବିରୋଧ ପ୍ରଦର୍ଶନକାରୀମାନେ ଜାଳି ଦେଇଥିଲେ । ଏହା ସହ ଗୁରୁଗ୍ରାମରେ ଏକ ସ୍କୁଲ ବସ୍ରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । କିନ୍ତୁ ସୌଭାଗ୍ୟବଶତଃ କାହାର କିଛି ହୋଇ ନଥିଲା । ବିରୋଧୀ ମାନଙ୍କର ଏଭଳି କାର୍ଯ୍ୟ ପାଇଁ ପ୍ରାୟ ୧୧୮ଜଣ ଲୋକଙ୍କୁ ପୁଲିସ ଗିରଫ କରିବା ସହ ୩୦୦ ଜଣଙ୍କୁ ଅଟକ ରଖିଥିଲା । ଏତେ ସବୁ ପରେ ମଧ୍ୟ ଫିଲ୍ମର ରିଲିଜକୁ ରୋକି ପାରିନାହିଁ କର୍ଣ୍ଣିସେନା । ପୂର୍ବ ନିର୍ଦ୍ଧାରିତ ତାରିଖରେ ରିଲିଜ ହୋଇଛି ଫିଲ୍ମ ।
ଏହା ସହ ଫିଲ୍ମକୁ ବିରୋଧ କରି ସାର୍ବଜନିକ ସମ୍ପତ୍ତିିକୁ ନଷ୍ଟ କରିଥିବାରୁ ସୁପ୍ରିମ କୋର୍ଟରେ କର୍ଣ୍ଣିସେନା ବିରୋଧରେ ଅଦାଲତ ଅବମାନନା ପିଟିସନ୍ ଦାୟର କରାଯାଇଛି । ଏହି ପିଟିସନ ଉପରେ ସେମାବାର ଶୁଣାଣି କରାଯିବ ବୋଲି ସୁପ୍ରିମ କୋର୍ଟ ମୁଖ୍ୟବିଚାରପତି ଦୀପକ ମିଶ୍ର , ବିଚାରପତି ଏ.ଏମ୍. ଖାନ୍ଓ୍ିଲକା ଏବଂ ଡ଼ି.ଓ୍ଵାଇ. ଚନ୍ଦ୍ରଚୁଡ଼ ସୂଚନା ଦେଇଛନ୍ତି । ଏହା ସହ ଏକ ନିଉଜ୍ ଚ୍ୟାନେଲ୍କୁ ବିତର୍କ ପାଇଁ ଯାଇ ବିଚାରପତି ମୁଖ୍ୟ ସୁରଜପାଲ ଅମୁ ପୁଣି ଆଉ ଏକ ବିବାଦକୁ ନିଜ ପାଇଁ ଡ଼ାକି ଆଣିଛନ୍ତି । ନିଉଜ୍ ଏକ୍ସରେ ‘ପଦ୍ମାବତ’କୁ ନେଇ ଏକ ବିତର୍କରେ ଯୋଗ ଦେଇଥିବା ବେଳେ ନିଉଜ୍ ଆଙ୍କରଙ୍କୁ ବେବି ଡ଼ାକିଥିଲେ । ଏହା ଶୁଣିବା ପରେ ଆଙ୍କର ଜଣଙ୍କ ରାଗି ଯାଇ ମୋତେ ବେବି ନ ଡ଼ାକି ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି କହିଥିଲେ । ‘କର୍ଣ୍ଣିସେନା ଗୁଣ୍ଡାଗର୍ଦ୍ଦି କ’ଣ ପାଇଁ କରୁଛି? ଛୋଟ ପିଲାଙ୍କ ଉପରେ ଆକ୍ରମଣଠାରୁ ଆରମ୍ଭ କରି ଫିଲ୍ମ ତାରକାଙ୍କୁ ହତ୍ୟା ଧମକ ଭଳି ଅପରାଧିକ କାମ କାହିଁକି କରୁଛି ତାହାର ଉତ୍ତର ରଖନ୍ତୁ । ମହିଳାମାନଙ୍କ ପ୍ରତି ଆପଣଙ୍କର ମନରେ ସମ୍ମାନ ରହିଛି ଏହା କହି ଆପଣ କେବଳ ପ୍ରହସନ କରୁଛନ୍ତିା ଆପଣଙ୍କ ମନରେ ମହିଳାମାନଙ୍କ ପାଇଁ ଟିକେ ହେଲେ ବି ସମ୍ମାନ ନାହିଁ । ଥିଲେ ଆପଣ ମୋତେ ବେବି ଏବଂ ଦୀପିକା ପାଦୁକୋନଙ୍କୁ ଏମିତି କହି ନଥାନ୍ତେ । ଆପଣଙ୍କ ରାଜ୍ୟ ରାଜସ୍ଥାନରେ ୪ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ସେତେବେଳେ ଆପଣଙ୍କ ସେନା କେଉଁଠି ଥିଲା” ବୋଲି ଆଙ୍କର ତାଙ୍କୁ ପ୍ରଶ୍ନ କରିଥିଲେ ।
#Gurugram Suraj Pal Amu taken into preventive detention #Padmaavat (File Pic) pic.twitter.com/vySMTKXI44
— ANI (@ANI) January 25, 2018
ତାଙ୍କର ଏଭଳି ବ୍ୟବହାର ପାଇଁ କ୍ଷମା ମାଗିବା ପାଇଁ କୁହାଯିବାରୁ ସୂରଜପାଲ ରାଗିଯାଇ ‘ଆପଣ କ’ଣ ଚ୍ୟାନେଲକୁ ଆମକୁ ଧମକାଇବା ପାଇଁ ଡ଼ାକୁଛନ୍ତି । ମୁଁ ଆପଣଙ୍କ ବାପାର ଚାକର ନୁହେଁ ଯେ ଆପଣଙ୍କୁ କ୍ଷମା ମାଗିବି ବୋଲ କହିଥଲେ । ’