ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କୁ ପୁଲିସ ପଚରାଉଚୁରା କରିଛି | ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ଚାରୋଟି ଚଳଚ୍ଚିତ୍ର ନିର୍ମାଣ କରିବାକୁ କଥା ଦେଇଥିବା ସଞ୍ଜୟ କାହିଁକି ତାଙ୍କୁ ସୁଯୋଗ ଦେଇନଥିଲେ ତାହାକୁ ନେଇ ପ୍ରଶ୍ନ କରାଯାଇଥିଲା | ସଞ୍ଜୟ ପୁଲିସକୁ କହିଛନ୍ତି ଯେ ସୁଶାନ୍ତଙ୍କ ପାଖରେ ତାଙ୍କ ଫିଲ୍ମ ପାଇଁ ସମୟ ନଥିଲା | ତେଣୁ ଅନ୍ୟ ଅଭିନେତାଙ୍କୁ ଏହି ୪ଟି ଫିଲ୍ମ ଦିଆଯାଇଥିଲା |
ଗତକାଲି ତିନି ଘଣ୍ଟା ଧରି ପୁଲିସ ସଞ୍ଜୟ ଲୀଲା ଭନସାଲୀଙ୍କର ବୟାନ ରେକର୍ଡ କରିଥିଲା । ପ୍ରଡକ୍ସନ୍ ହାଉସ୍ ସହିତ ଅଭିନେତାଙ୍କ ଚୁକ୍ତିନାମା ଏବଂ ପ୍ରୋଜେକ୍ଟ ବାବଦରେ ପୁଲିସ ଅନୁସନ୍ଧାନ କରୁଛି। "ପଦ୍ମାବତ" ଏବଂ "ରାମ-ଲୀଲା" ଭଳି ବ୍ଲକବଷ୍ଟର ସିନେମାର ନିର୍ଦ୍ଦେଶକ ଭାବେ ଜଣାଶୁଣା ଶ୍ରୀ ଭନସାଲୀ ପୋଲିସକୁ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ପାଖରେ ତାଙ୍କ ଫିଲ୍ମ ପାଇଁ ତାରିଖ ନଥିଲା, ତେଣୁ ଏହି ଭୂମିକା ଅନ୍ୟ କଳାକାରମାନଙ୍କୁ ପ୍ରଦାନ କରାଯାଇଥିଲା।
/sambad/media/post_attachments/wp-content/uploads/2017/12/sanjay-leela-bhansali-759.jpg)
ପୁଲିସ କହିଛି ଯେ ଯେଉଁଠାରେ ସୁଶାନ୍ତ ସିଂ ରାଜପୁତ ରହୁଥିଲେ ସେହି ବିଲ୍ଡିଂର ସୁରକ୍ଷା ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି। ତାଙ୍କ ଆପାର୍ଟମେଣ୍ଟରେ କୌଣସି ସିସିଟିଭି ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Sanjay-Leela-Bhansali-tells-policemen-why-he-replaced-Sushant-Singh-Rajput-in-4-movies-750x470.jpg)