କରୋନା ସଂକ୍ରମଣ ସମୟରେ ତୈମୁରଙ୍କୁ ବାହାରେ ବୁଲାଉଥିବା ଦେଖି ପୁଲିସ ସୈଫ୍‌ ଓ କରୀନାଙ୍କୁ ଦେଲା ଏଭଳି ଚେତାବନୀ

ମୁମ୍ବାଇ: ସଂପ୍ରତି କରୋନା ଭାଇରସ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଲକ୍‌ଡାଉନ ବଳବତ୍ତର ରହିଥିବା ବେଳେ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅଭିନେତ୍ରୀ କରୀନା କପୁର ନିଜ ପୁଅ ତୈମୁରକୁ ନେଇ ମେରାଇନ୍‌ ଡ୍ରାଇଭ୍‌କୁ ଯାଇ ସମୁଦ୍ର କୂଳରେ ବୁଲୁଥିଲେ। କରୀନା ଓ ସୈଫ୍‌ ତୈମୁରଙ୍କୁ ନେଇ ବୁଲୁଥିବାର  ଏକ ଭିଡିଓ ବି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା କି, ତୈମୁର ସୈଫ୍‌ଙ୍କ କାନ୍ଧରେ ବସିଥିବା ବେଳେ କରୀନା ତାଙ୍କ ପାଖରେ ଛିଡ଼ା ହୋଇ ସମୁଦ୍ରରେ ଆସୁଥିବା ଲହଡ଼ିକୁ ଦେଖୁଛନ୍ତି। ଏହି ସମୟରେ ଜଣେ ପୁଲିସକର୍ମଚାରୀ ସୈଫ୍‌ଙ୍କୁ ଡାକି କହୁଛନ୍ତି, କୋଭିଡ ମହାମାରୀ ସମୟରେ ପିଲାମାନଙ୍କୁ ଏଭଳି ବାହାରେ ବୁଲାଇବା ବିପଦପୂର୍ଣ୍ଣ ବୋଲି କହିବା ସହ ସେମାନଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ପୁଲିସ କର୍ମଚାରୀଙ୍କ ଏଭଳି କଥା ଶୁଣି ସୈଫ୍‌ ବି ପ୍ରତିକ୍ରିୟା ଦେଇ କହୁଛନ୍ତି, ବାହାରକୁ ବାହାରିବା କଥା ନୁହେଁ?

 

ଏହାପରେ ସୈଫ୍‌ ଓ କରୀନା ଉଭୟ ତୈମୁରଙ୍କୁ ନେଇ ଘରକୁ ଫେରି ଯାଉଛନ୍ତି। ତେବେ ଭାଇରାଲ ହୋଇଥିବା ଏହି ଭିଡିଓରେ କରୀନା ଓ ସୈଫ୍‌ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ତୈମୁରଙ୍କ ମୁହଁରେ କିଛି ନଥିବାରୁ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର