ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମାଙ୍କୁ ଜୀବନ ହାରିବାକୁ ପ୍ରେରିତ କରିଥିବା ମାମଲା ରୁଜୁ ହେବାରୁ ତୁନିଶାଙ୍କ ସାଥୀ-ଅଭିନେତା ଶିଜାନ୍ ମହମ୍ମଦ୍‌ ଖାଁଙ୍କୁ ପୁଲିସ ଗିରଫ କରିଥିଲା। ଗତକାଲି ତାଙ୍କୁ ବସଈ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ ତାଙ୍କ ରିମାଣ୍ଡକୁ ଆହୁରି ଦୁଇଦିନ ବୃଦ୍ଧି କରାଯାଇଛି।

Advertisment

ତେବେ ଅଦାଲତରେ ପୁଲିସ କହିଛି କି, ‘ ଶିଜାନ ତୁନିଶାଙ୍କ ବିଷୟରେ କିଛି କହିବାକୁ ରାଜି ହେଉ ନାହାନ୍ତି। ତୁନିଶା ଓ ତାଙ୍କ ମଧ୍ୟରେ ଏମିତି କ’ଣ ହୋଇଥିଲା ଯେଉଁଥିପାଇଁ ଅଭିନେତ୍ରୀ ଜୀବନ ହାରିବାକୁ ବାଧ୍ୟ ହୋଇଥିଲେ ପଚାରିବାରୁ ସେ ଚୁପ ରହୁଛନ୍ତି। ଯାଞ୍ଚରେ ଆମକୁ କୌଣସି ପ୍ରକାର ସାହାଯ୍ୟ କରୁନାହାନ୍ତି ଶିଜାନ।

ଶିଜାନ ଫୋନରୁ ତାଙ୍କ ପୂର୍ବତନ ସାଙ୍ଗ ସହିତ କରିଥିବା ଚାର୍ଟ ଡିଲିଟି କରିବା ଘଟଣା ଅଧିକ ସନ୍ଦେହ ଘେରକୁ ଆସିଛି। ଦୁଇଦିନ ରିମାଣ୍ଡରେ ନେବା ପରେ ପୁଲିସ ଶିଜାନଙ୍କ ଡିଲିଟ ହୋଇଥିବା ଚାର୍ଟକୁ ରିଟ୍ରିଭ କରିବ। ଏଥିସହିତ ସେଦିନ ପ୍ରକୃତରେ କ’ଣ ହୋଇଥିଲା ତାହାକୁ ଶିଜାନଙ୍କୁ କୁହାଇବାକୁ ଚେଷ୍ଟା କରିବ ବୋଲି ପୁଲିସ କହିଛି। ଏଯାବତ ପୁଲିସ ଏହି ଘଟଣାକୁ ନେଇ ୩ଟି ମୋବାଇଲ ଜବତ କରିଛି।

ଏହି କ୍ରମରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ପୁଲିସ ଶିଜାନଙ୍କୁ ବିନା ଚପଲରେ ଘୋଷାଡ଼ି ଘୋଷାଡ଼ି କୋର୍ଟକୁ ନେଉଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ ଓ ଶିଜନାଙ୍କୁ ସାମ୍ବାଦିକମାନେ ଘେରି ଯାଇଥିଲେ। ଏହାପରେ ପୁଲିସ ଶିଜନାଙ୍କୁ ସଙ୍ଗେସଙ୍ଗେ କୋର୍ଟ ଭିତରେ ପୁରାଇ ଦେଇଥିଲା।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ମହାରାଷ୍ଟ୍ରର ପାଲଘର ଜିଲ୍ଲା ଅନ୍ତର୍ଗତ ବସଈ ନଗରୀରେ ‘ଆଲି ବାବା: ଦାସ୍ତାନ୍‌-ଏ-କାବୁଲ୍‌’ ସୁଟିଙ୍ଗ୍‌ ଚାଲିଥିଲା। ଏହି ସମୟରେ ଚା’ପାନ ବିରତି ବେଳେ ପ୍ରେମିକା ଠାରୁ ଧୋକା ଖାଇବା ପରେ ୨୦ ବର୍ଷୀୟ ଅଭିନେତ୍ରୀ ତୁନିଶା ୱାସ୍‌ରୁମ୍‌ରେ ଜୀବନ ହାରି ଦେଇଥିଲେ।