ରିଲିଜର ପ୍ରଥମ ଦିନରେ ଏତିକି କୋଟି ଆୟ କଲା ଐଶ୍ବର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ପିଏସ୍-୧

ମୁମ୍ବାଇ: ରିଲିଜ୍ ପରେ କମାଲ କରୁଛି ଫିଲ୍ମ ‘ପୋନ୍ନିୟିନ୍ ସେଲଭମ-୧ (ପିଏସ-୧ )’। ରିଲିଜ୍ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ‌ଏବେ ରିଲିଜର ପ୍ରଥମ ଦିନର ଆୟ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ଆଜ୍ ତକ ମୁତାବକ, ଫିଲ୍ମ ପିଏସ-୧ ପ୍ରଥମ ଦିନରେ ୪୦କୋଟିରୁ ଅଧିକ ଟଙ୍କା ଆୟ କରିଛି।

‘ପିଏସ-୧’ ଶୁକ୍ରବାର ଦିନ ଭାରତର ବକ୍ସ ଅଫିସରେ ୪୨.୮ କୋଟିରୁ ଅଧିକ ଆୟ କରିଥିବା ଜଣାପଡ଼ିଛି। ଆଡଭାନ୍ସ ବୁକିଂରୁ, ‘ପିଏସ-୧’ ର ମୋଟ ସଂଗ୍ରହ ୧୬.୮୨ କୋଟି ଟଙ୍କା ପାଖାପାଖି ଥିଲା। ନେଟ୍ କଲେକ୍ସନ୍ ବିଷୟରେ କହିବାକୁ ଗଲେ ‘ପୋନିୟିନ୍ ସେଲଭାନ୍ -୧’ ପ୍ରଥମ ଦିନରେ ୩୬.୫ କୋଟି ଟଙ୍କା ରୋଜଗାର କରିଛି। ସେଥିମଧ୍ୟରୁ ୨୯.୫୫ କୋଟି ଟଙ୍କା କେବଳ ତାମିଲ ସଂସ୍କରଣରୁ ଆସିଛି। ଏହା ସହ ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣରୁ ମୋଟ ୨ କୋଟି ଆୟ ହୋଇଥିବା ବେଳେ ତେଲୁଗୁ ସଂସ୍କରଣ ୪.୪୫ କୋଟି ଟଙ୍କା ଆୟ କରିଛି।

ମିଳିଥିବା ସୂଚନା ମୁତାବକ, ‘ପୋନିୟିନ୍ ସେଲଭାନ୍ -୧’ ପ୍ରଥମ ଦିନରେ କେବଳ ତାମିଲନାଡୁରୁ ୨୫.୮୬ କୋଟି ଟଙ୍କା ଆୟ କରିଛି। ଏହି ରୋଜଗାର ସହିତ ‘ପୋନିୟିନ୍ ସେଲଭାନ୍ -୧’ ତାମିଲନାଡୁ ରାଜ୍ୟରେ ୨୦୨୨ମସିହାର ତୃତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବନିପାରିଛି। ରିଲିଜର ପ୍ରଥମ ଦିନରେ ତାମିଲନାଡୁରେ ୩୬.୧୭ କୋଟି ଟଙ୍କା ଆୟ କରି ପ୍ରଥମ ସ୍ଥାନରେ ଅଜିତ କୁମାରଙ୍କ ଫିଲ୍ମ ‘ବଲିମାଇ’ ଦ୍ବିତୀୟ ସ୍ଥାନରେ ରହିଛି ବିଜୟଙ୍କ ଫିଲ୍ମ ‘ବିଷ୍ଟ’, ଯାହା ରିଲିଜର ପ୍ରଥମ ଦିନର ୨୬.୪୦ କୋଟି ଟଙ୍କା ଆୟ କରିଥିଲା।

ସମ୍ବନ୍ଧିତ ଖବର