ଐଶ୍ବର୍ଯ୍ୟା ନୁହନ୍ତି ପିଏସ୍-୧ର ଏହି କଳାକାର ନେଇଛନ୍ତି ଅଧିକ ପାରିଶ୍ରମିକ

ମୁମ୍ବାଇ: ଚର୍ଚ୍ଚାରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ପୋନ୍ନିୟିନ୍ ସେଲଭମ-୧ (ପିଏସ-୧ )’। ଫିଲ୍ମ ଆଗକୁ ରିଲିଜ୍ ହେବାକୁ ଥିବା ବେଳେ ଏବେ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ଫିଲ୍ମର ଟ୍ରେଲରକୁ ଦର୍ଶକ ପସନ୍ଦ କରୁଥିବା ବେଳେ ଆଡଭାନ୍ସ ବୁକିଂରେ ‘ବିକ୍ରମ ବେଦା’କୁ ‘ପିଏସ-୧’ ପଛରେ ପକାଇଥିବା ଜଣାପଡ଼ିଛି। ଫିଲ୍ମ ‘ପିଏସ-୧’ ସେପ୍ଟେମ୍ବର ୩୦ରେ ରିଲିଜ୍ ହେବାକୁ ଥିବା ବେଳେ ଗତ ଶନିବାର ସନ୍ଧ୍ୟାରୁ ଦୁଇଟି ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ତେବେ ଫିଲ୍ମର ଆଡଭାନ୍ସ ବୁକିଂକୁ ନେଇ ତଥ୍ୟ ମିଳିବା ସହ ଏବେ ଫିଲ୍ମରେ ଥିବା କେଉଁ କଳାକାରଙ୍କୁ ଅଧିକ ପାରିଶ୍ରମିକ ମିଳିଛି, ତାହା ସାମ୍ନାକୁ ଆସିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ‘ପିଏସ-୧’ରେ କାମ କରିବା ପାଇଁ ସର୍ବୋଚ୍ଚ ପାରିଶ୍ରମିକ ସୁପରଷ୍ଟାର ବିକ୍ରମଙ୍କୁ ଦିଆଯାଇଛି। ଅଦିତା କରିକାଲାନଙ୍କ ଭୂମିକାରେ ଅଭିନୟ କରିଥିବା ବିକ୍ରମଙ୍କୁ ଫିଲ୍ମ ପାଇଁ ୧୨କୋଟି ପାରିଶ୍ରମିକ ଦିଆଯାଇଥିବା ଜଣାପଡ଼ିଛି। ତାଙ୍କ ପରେ ‘ପିଏସ-୧’ ପାଇଁ ସର୍ବାଧିକ ପାରିଶ୍ରମିକ ନେଇଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ। ଐଶ୍ୱର୍ଯ୍ୟା ରାୟଙ୍କୁ ଫିଲ୍ମରେ ନନ୍ଦିନୀ ଭୂମିକା ପାଇଁ ୧୦କୋଟି ଟଙ୍କା ପାରିଶ୍ରମିକ ମିଳିଥିବା ସାମ୍ନାକୁ ଆସିଛି। ସେହିଭଳି ଅଭିନେତ୍ରୀ ତ୍ରିଶା ୨କୋଟି ପାରିଶ୍ରମିକ ନେଇଥିବା ବେଳେ ଅଭିନେତା ପ୍ରକାଶ ରାଜଙ୍କୁ ଫିଲ୍ମ ପାଇଁ ୧.୫କୋଟି ଟଙ୍କାର ପାରିଶ୍ରମିକ ମିଳିଥିବା ଜଣାପଡ଼ିଛି।

ऐश्वर्या राय बच्चन-विक्रम
aajtak

ଫିଲ୍ମଟି ୫୦୦କୋଟି ବଜେଟରେ ନିର୍ମାଣ ହୋଇଥିବା ବେଳେ ‘ପିଏସ-୧’ରେ ମୁଖ୍ୟ ଭୂମିକାରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ, ତ୍ରିଶା, ଚିଆନ ବିକ୍ରମ, ଜୟମ ରବି ଏବଂ କାର୍ତ୍ତି ନଜର ଆସିବେ।

ସମ୍ବନ୍ଧିତ ଖବର