ପୂଜା ଭଟ୍ଟଙ୍କୁ ହତ୍ୟା ଧମକ

ବଲିଉଡ୍‌ର ଅନ୍ୟତମ ବିବାଦୀୟ ଅଭିନେତ୍ରୀ ତଥା ମହେଶ ଭଟ୍ଟଙ୍କ ଏହି ‌ଜ୍ୟେଷ୍ଠ କନ୍ୟା ପୂଜା ଭଟ୍ଟଙ୍କୁ ହତ୍ୟା ଧମକ ଦିଆଯାଇଛି। ପୂଜା ନିଜ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ଏ ସଂପର୍କରେ ଅବଗତ କରାଇଛନ୍ତି। ସେ କହିଛନ୍ତି, କିଛି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ତାଙ୍କୁ ଇନ୍‌ଷ୍ଟା ଆକାଉଣ୍ଟକୁ ପ୍ରାଇଭେଟ୍‌ ନ କରି କମେଣ୍ଟ ସେକ୍‌ସନ୍‌କୁ ବନ୍ଦ ରଖିବାର ଉପଦେଶ ଦେବା ସହ ହତ୍ୟା ଧମକ ଦେଇଛନ୍ତି। ପୂଜା ଏହି ପୋଷ୍ଟରେ ଲେଖିଛନ୍ତି, ମୋତେ ଭଲ ପାଉଥିବା ଲୋକଙ୍କୁ ମୁଁ ଭଲ ପାଇବାରେ ବହୁତ ବ୍ୟସ୍ତ। ଘୃଣିତ ଲୋକଙ୍କୁ ଘୃଣା କରିବାକୁ ମୋ ପାଖେ ସମୟ ନାହିଁ ବୋଲି ସେ ଲେଖିଛନ୍ତି। ପ୍ରକାଶଥାଉ କି, ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍‌ ତାରକା ସନ୍ତାନମାନଙ୍କୁ ଲଗାତାର ସାମାଜିକ ଗଣମାଧ୍ୟମରେ ଧମକ ଦିଆଯାଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର