ସୋନି ରଜଦାନ୍‌କୁ ନେଇ ବଡ଼ ଖୁଲାସା କଲେ ପୂଜା ଭଟ୍ଟ : ବାପାଙ୍କୁ ଆମଠାରୁ ଛଡ଼ାଇ ନେଇଥିବାରୁ ମୁଁ ତାଙ୍କୁ ଘୃଣା କରୁଥିଲି

ମୁମ୍ବାଇ : ନିଜ ମନର କଥାକୁ ଖୋଲାଖୋଲି ଭାବରେ କହିବାରେ ବିଶ୍ୱାସ ରଖନ୍ତି ଅଭିନେତ୍ରୀ ତଥା ପ୍ରଯୋଜିକା ପୂଜା ଭଟ୍ଟ । ନିଜ ବାପା ମହେଶ ଭଟ୍ଟଙ୍କ ଭଳି ସେ ଗୋଟେ ସମୟରେ ବଲିଉଡ୍‌ରେ ରାଜ୍‌ କରୁଥିବା ବେଳେ ଏବେ ତାଙ୍କ ଭଉଣୀ ଆଲିଆ ବଲିଉଡ୍‌ରେ ରାଜ୍‌ କରିବା ଆରମ୍ଭ କରିଛନ୍ତି । ଆଲିଆ ପୂଜାଙ୍କ ସାବତ ମା’ଙ୍କ ଝିଅ ହୋଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ନିବିଡ଼ ସଂପର୍କ ରହିଛି । ତେବେ ପ୍ରଥମେ ସବୁ ପରିବାର ଭଳି ପୂଜା ମଧ୍ୟ ନିଜ ସାବତ ମା’ ବା ତାଙ୍କ ମହେଶଙ୍କ ଦ୍ୱିତୀୟ ସ୍ତ୍ରୀ ସୋନି ରଜ୍‌ଦାନଙ୍କୁ ସହଜରେ ଗ୍ରହଣ କରି ନଥିଲେ । ଏବେ ଦୁହେଁ ଭଲ ବନ୍ଧୁ ହୋଇ ସାରିଥିଲେ ମଧ୍ୟ ପ୍ରଥମେ ସୋନିଙ୍କ ନାଁ ଶୁଣି ରାଗି ଯାଉଥିଲେ ପୂଜା ।

Image result for pooja-bhatt-soni-razdan
Times of India

ଷ୍ଟାରଡଷ୍ଟ ମାଗାଜିନ୍‌କୁ ସାକ୍ଷାତକାର ଦେଇ ପୂଜା କହିଛନ୍ତି, ପ୍ରଥମେ ମୋ ବାପା ଅନ୍ୟ ମହିଳାଙ୍କ ପାଇଁ ମୋ ମା’ଙ୍କୁ ଛାଡ଼ିଥିବାରୁ ମୁଁ ରାଗୁଥଲି । ମୋ ବାପାଙ୍କୁ ମୋଠାରୁ ଛଡ଼ାଇଥିବାରୁ ସୋନିଙ୍କ ଉପରେ ମୋର ବିରକ୍ତି ଭାବ ରହିଥିଲା । ସୋନିଙ୍କ ନାଁ ଶୁଣିବା ମାତ୍ରେ ମୋ ଦେହରେ କ୍ରୋଧର ନିଆଁ ଲାଗି ଯାଉଥିଲା । କିନ୍ତୁ ପରେ ମୋ ମା’ ମୋତେ ବୁଝାଇବା ସହ ଜିନିଷକୁ କେମିତି ଗ୍ରହଣ କରିବା ଦରକାର ତାହା ଶିଖାଇଥିଲେ ।  ଧିରେ ଧିରେ ମୁଁ ସୋନିଙ୍କ ସହ କଥା ହେବା ଆରମ୍ଭ କରିଥିଲି । ଏବେ ଆମେ ଦୁହେଁ ଭଲ ବନ୍ଧୁ ହେବା ସହ ସବୁ କିଛି ସେୟାର କରୁଛୁ ।

ସମ୍ବନ୍ଧିତ ଖବର