ଓଲିଉଡର ଏହି ଲୋକପ୍ରିୟ ନାୟକଙ୍କ ସହ ପରଦାକୁ ଆସିନାହାନ୍ତି ପୁନମ୍

ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟିକା ପୁନମ୍ ମିଶ୍ର ଯଦିଓ କମସଂଖ୍ୟକ ଫିଲ୍ମ‌ରେ ନଜର ଆସିଛନ୍ତି, ତେବେ ଅନେକ ସମୟରେ ଚର୍ଚ୍ଚାରେ ରହିଛି। ସେ  ସଞ୍ଜୟ ନାୟକଙ୍କ ‘ବାଇଶି ପାହାଚେ ଖେଳିବ ମୀନ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ତାଙ୍କର ନାୟକ ବନିଥିଲେ ନବାଗତ ଲଳିତ। ଏହାପରେ ସେ ବାବୁସାନଙ୍କ ସହ ହିମାଂଶୁ ପରିଜାଙ୍କ ନିର୍ଦେଶିତ ‘ଲଭମାଷ୍ଟର’ରେ ନାୟିକା ଭାବେ ନଜର ଆସିଥିଲେ। ଏହି ଫିଲ୍ମରେ ରୀୟା ବି ଥିଲେ ଅନ୍ୟତମ ନାୟିକା ଭୂମିକାରେ। ତାପରେ ପୁନମ୍ ଖୁବ୍ ଚର୍ଚ୍ଚା ସାଉଁଟିଥିଲେ।ଏହାପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି। ଏବେ ପୁନମଙ୍କ ହାତରେ ‘ତୁ ଚଗଲା ମୁଁ ଚଗଲି’, ‘ମହାବାହୁ’ ଓ ‘ ଲଭ୍ ଇଂପସିବଲ୍’ ଆଦି ସିନେମା ରହିଛି। ତେବେ ସେ ଓଲିଉଡର ଆଗ ଧାଡ଼ିର ନାୟକଙ୍କ ସହ ଏଯାଏ କାମ କରିନାହାନ୍ତି। ଏହି ନାୟକ ହେଲେ ଅରିନ୍ଦମ।


ଏଯାବତ୍ ପୁନମଙ୍କୁ ଅରିନ୍ଦମଙ୍କ ସହ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳିନାହିଁ। ଏହା ଅବଶ୍ୟ ଭିନ୍ନ କଥା ଯେ ପୁନମ୍ ବାବୁସାନ ଓ ସମ୍ବିତଙ୍କ ଭଳି ନାମୀ ନାୟକଙ୍କ ସହ କାମ କରିସାରିଛନ୍ତି। ଦେଖିବା କଥା କେବେ ସେ ଅରିନ୍ଦମଙ୍କ ସହ କୌଣସି ଫିଲ୍ମରେ ନଜର ଆସୁଛନ୍ତି।
ଏଣେ ଅରିନ୍ଦମ ଅଧିକାଂଶ ଆଗ ଧାଡ଼ିର ନାୟିକାଙ୍କ ସହ ଅନ୍ ସ୍କ୍ରିନ୍ ରୋମାନସ୍ କରିବାର ସୁଯୋଗ ପାଇଛନ୍ତି । ଏମାନଙ୍କ ମଧ୍ୟରେ ଅନୁ ଚୌଧୁରୀ, ଅର୍ଚ୍ଚିତା, ବର୍ଷା ପ୍ରିୟଦର୍ଶିନୀ, ନମ୍ରତା ଥାପା, ପ୍ରିୟା, ରୀୟା ଦେ, ଶୀତଲ, ଏଲିନା ଓ ଶିବାନୀ ଆଦି ଅଛନ୍ତି ।

ସମ୍ବନ୍ଧିତ ଖବର