ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି।
ମୁମ୍ବାଇ ପୁଲିସ ମୁତାବକ, ସାମ ବମ୍ବେଙ୍କ ଗିରଫ ପୁନମଙ୍କ ଅଭିଯୋଗ ପରେ କରାଯାଇଛି। କୋର୍ଟରେ ହାଜର କରାଯିବା ପରେ ସାମଙ୍କୁ ତିନିଦିନ ପାଇଁ ରିମାଣ୍ଡରେ ପଠା ଯାଇଛି। ସାମ ବିରୋଧରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି। ସାମଙ୍କ ବିରୋଧରେ (ଭାରତୀୟ ଦଣ୍ଡବିଧି ସଂହିତା )ଆଇପିସି ଧାରା ୩୫୩, ୫୦୬ ଓ ୩୫୪ରେ ମାମଲା ରୁଜୁ କରାଯାଇଛି।
/sambad/media/post_attachments/89b462a1382d19f040c4ad94aaf7bd9345f95df0ba9422d3c1ba20c4de405615.png)
ସ୍ବାମୀ ମାରପିଟ କରୁଥିବା ନେଇ ପୁନମ ଅଭିଯୋଗ କରିଛନ୍ତି। ଅଭିଯୋଗ କରିବା ପରେ ପୁନମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡ, ଆଖି ଓ ମୁହଁରେ ଆଘାତ ଲାଗିଥିବା କୁହାଯାଉଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଗତବର୍ଷ ସେପ୍ଟେମ୍ବରରେ ପୁନମ ସ୍ବାମୀ ମାରପିଟ କରୁଥିବା ନେଇ ଅଭିଯୋଗ କରିଥିଲେ।
ପୁନମ ଏବଂ ସାମ୍ ୨୦୨୦ ସେପ୍ଟେମ୍ବର ୧୦ ରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସାମ ପୁନମଙ୍କୁ ଶାରୀରିକ ନିର୍ଯ୍ୟାତନା, ଧମକ ଏବଂ ମାରପିଟ କରୁଥିବା ନେଇ ଅଭିନେତ୍ରୀ ଗାଆରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସାମଙ୍କୁ ପୁଲିସ ଗିରଫ କରିଥିଲା କିନ୍ତୁ ତା’ପରଦିନ ସେ ଜାମିନ ଆସି ଯାଇଥିଲେ। ପୁନମ ସେ ସମୟରେ ଏହି ବିବାହକୁ ଶେଷ କରିବାକୁ ଚାହୁଁଥିଲେ ବୋଲି କହିଥିଲେ।
/sambad/media/post_attachments/wp-content/uploads/sites/7/2021/11/Untitled-design-2021-11-09T132418.008.jpg)
ପୁନାମ୍ ସ୍ବାମୀଙ୍କ ଅତ୍ୟାଚାରକୁ ନେଇ କହିଥିଲେ, ‘ସ୍ବାମୀ ମୋତେ ସବୁବେଳେ ପଶୁ ଭଳି ମାଡ଼ ମାରନ୍ତି। ଦିନକୁ ଦିନ ଆମ ଦୁହିଁଙ୍କ ମଧ୍ୟରେ ଝଗଡ଼ା ବଢ଼ି ଯାଇଥିଲା। ମାଡ଼ ମାରିବା ସହିତ ସେ ମୋତେ ଚାପି ଦେଇଥିଲେ। ମୁଁ ଭାବିଥିଲି ମାରିଯିବି ବୋଧେ। ସେ ମୋ ମୁହଁକୁ ମାଡ଼ ମାରିବା ସହିତ କେଶ ଧରି ଘୋଷାଡି ଦେଇଥିଲେ। ସାମଙ୍କ ମାଡ଼ରେ ଖଟ କୋଣରେ ଯାଇ ପିଟି ହୋଇଯାଇଥିଲି। କୌଣସି ପ୍ରକାରରେ ସ୍ବାମୀଙ୍କ କବଳରୁ ସେଠାରୁ ଖସି ଆସିବାରେ ସଫଳ ହୋଇଥିଲି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/0e19fe31-5bba-43b2-84f6-c34fca3d24a2.jpg)
