ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ନୂଆ କାର୍ଯ୍ୟକ୍ରମ ‘ଲକ୍ ଅପ୍’କୁ ନେଇ ପୁନମ ପାଣ୍ଡେ ରୋକ୍‌ଠୋକ୍ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି-ଯେତେବେଳେ କାମ ନାହିଁ ସେତେବେଳେ କିଛି ବଦନାମିଆ କାମ କର ଏବଂ ଚର୍ଚ୍ଚାରେ ରୁହ। ଏକତା କପୁରଙ୍କ ନିର୍ମିତ ଏଇ ରିୟାଲିଟି ସୋ’ ଅଲ୍‌ଟ ବାଲାଜୀ ଓ ଏମ୍‌ଏକ୍ସ ପ୍ଲେୟର୍‌ରେ ଷ୍ଟ୍ରିମିଙ୍ଗ୍ ଆରମ୍ଭ ହେଇଯାଇଛି। ଏହି ସୋ’ରେ ଅଂଶଗ୍ରହଣ କରିଥିବା ପ୍ରତିଟି ପ୍ରତିଯୋଗୀ କିଛି ନା କିଛି ବିବାଦୀୟ ଘଟଣାରେ ଛନ୍ଦି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସବା ଆଗଧାଡ଼ିରେ ଏବଂ ସମ୍ମୁଖରେ ଅଛନ୍ତି ମଡେଲ୍‌ ଅଭିନେତ୍ରୀ ପୁନମ୍ ପାଣ୍ଡେ। ନିଜର ବୋଲ୍‌ଡ ଲୁକ୍ ଏବଂ ହଟ୍ କଣ୍ଟେଣ୍ଟ୍‌କୁ ନେଇ ପୁନମ୍ ରୁପେଲି ପରଦାରୁ ଖେଳପଡ଼ିଆ, ସବୁଠି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଏକଥା ସେ ନିଜ ମୁହଁରେ ମଧ୍ୟ ମାନିଯାଇଛନ୍ତି ଯେ ସେ ଯେତେବେଳେ କାମ ନ ପାଆନ୍ତି ସେତେବେଳେ ବିବାଦରେ ରହିବାକୁ ଚାହାନ୍ତି।

Advertisment

publive-image

ପୁନମ୍‌ଙ୍କୁ ବିଭିନ୍ନ ଆଡୁ ଥଟ୍ଟା କରାଯିବା ପରେ ସେ ମଧ୍ୟ ମାନିଯାଇଥିଲେ କି ଯଦି ସଫଳତା ପାଇବାକୁ ଚାହୁଛ, ତେବେ ପରିଶ୍ରମ କର। ଜୀବନରେ ୧୫ ମିନିଟର ଅବଧି ଆପଣଙ୍କୁ ପ୍ରସିଦ୍ଧି ଦେଇଦେଇପାରେ, ହେଲେ ଏହା ତମାମ ଜୀବନ ପାଇଁ ସୁଖ କି ସମୃଦ୍ଧି ଦେଇପାରିବନି। ପୁନମ କହିଛନ୍ତି ଏପର୍ଯ୍ୟନ୍ତ ସେ ଯେତେ ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି, ସେସବୁ ଆମ ଆଇନ କାନୁନ ଉଲ୍ଲଂଘନ କରିନାହିଁ। ହେଲେ ଲୋକମାନେ ଏବେ ନକଲିକୁ ଏତେ ଆପଣାଇ ନେଇଛନ୍ତି ଯେ ଯଦି କେବେ ସେମାନେ ଜଣଙ୍କର ଅସଲି ରୂପ ଦେଖନ୍ତି, ତାଙ୍କୁ ଘୃଣା କରିବା ବଦଳରେ ସେମାନେ ଭଲପାଇଯାଉଛନ୍ତି। ଫେବ୍ରୁଆରି ୨୭ରୁ ପ୍ରସାରଣ ଆରମ୍ଭ ହେଇଥିବା କଙ୍ଗନାଙ୍କ ରିଆଲିଟି ସୋ’ ‘ଲକ୍ ଅପ୍’ ୭୨ ଦିନ ଧରି ଚାଲିବ। ଏହି ସୋ’ରେ ନିଶା ରାବଲ, ପୁନମ ପାଣ୍ଡେ, ମୁନାଵର ଫାରୁକୀ, ବବିତା ଫୋଗାଟ୍, ଅଭିନେତା କରଣବୀର ବୋହରା, ପାୟଲ ରୋହତୋଗୀ, ସାରା ଖାନ୍, ତହସୀନ ପୁନାୱାଲା, ସାୟସା ସିନ୍ଦେ ପ୍ରମୁଖ ସେଲିବ୍ରିଟି ଭାଗ ନେଉଛନ୍ତି।