ପୂଜା ବଜାରର ଓଡ଼ିଆ ସିନେମାରେ ନାହାନ୍ତି ଏହି ଲୋକପ୍ରିୟ ଯୋଡି !

ଓଡ଼ିଆ ସିନେମାରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିବା କିଛି ଯୋଡ଼ିଙ୍କୁ ଦର୍ଶକ ବାରମ୍ବାର ଦେଖିବାକୁ ଚାହାଁନ୍ତି। ଏମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରତିବର୍ଷ ଦେଖିବାକୁ ପାଆନ୍ତି ତ ଆଉ କେତେକଙ୍କୁ ମଝିରେ ମଝିରେ ପରଦାରେ ଦେଖିବାକୁ ମିଳନ୍ତି। ହେଲେ ଏବର୍ଷରପୂଜା ବଜାରର ଓଡ଼ିଆ ସିନେମାରେ କେତେକ ଲୋକପ୍ରିୟ ପେଆର୍‌ ନଜର ଆସିନାହାନ୍ତି।
ଏବର୍ଷର ପୂଜା ବଜାରର ଓଡ଼ିଆ ସିନେମାରେକୌଣସି ଗୋଟିକରେ ବି ଓଲିଉଡ଼୍‍ର ରିଅଲ୍‌ ଓ ରିଲ୍‌ କପଲ୍‌ ଅନୁଭବ-ବର୍ଷାଙ୍କୁ ଦେଖିବାକୁ ପାଇନାହାନ୍ତି ଦର୍ଶକ। ଠିକ୍‌ ସେହିପରି ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କର ବି କୌଣସି ସିନେମା ଏଥର ମୁକ୍ତିଲାଭ କରିନାହିଁ।
ଏହି ତାଲିକାରେ ଷ୍ଟାର୍‌ସନ୍‌ ବାବୁସାନ୍‌ ଓ ଅଭିନେତ୍ରୀ ଝିଲିକ୍‌ଙ୍କ ଯୋଡ଼ିକୁ ଏକ ଲୋକପ୍ରିୟ ଯୋଡ଼ିଭାବେ ଓଲିଉଡ଼୍‍ରେ ପରିଗଣିତ ହୋଇଥା’ନ୍ତି। ହେଲେ ବାବୁସାନ୍‌-ଝିଲିକ୍‌ଙ୍କ ଯୋଡ଼ିକୁ ମଧ୍ୟ କୌଣସି ହେଲେ ବି ଫିଲ୍ମରେ ଦେଖିବାକୁ ମିଳିନାହିଁ। ଠିକ୍‌ ସେହିପରି ଅନୁଭବ-ଶୀତଲଙ୍କ ଯୋଡ଼ି ଏଥର ପରଦାକୁ ଆସିନାହାଁନ୍ତି ।ଏଥି ସହିତ ବାବୁସାନ୍‌ -ଏଲିନା ଯୋଡ଼ି ପ୍ରଥମ ଫିଲ୍ମରେ କମାଲ୍‌ କରିଥିଲେ ବି ଏବର୍ଷ ପୂଜାବଜାରର ଓଡ଼ିଆ ସିନେମାରେ ଆସିନାହାନ୍ତି ଏହି ଯୋଡ଼ି।
ଠିକ୍‌ ସେହିଭଳି ହିଟ୍‌ ଫେଆର୍‌ ଅରିନ୍ଦମ୍‌-ବର୍ଷା ପ୍ରିୟଦର୍ଶିନୀ ଯୋଡ଼ି ବି ନାହାନ୍ତିପୂଜାବଜାରର ଓଡ଼ିଆ ସିନେମାରେ ।

ସମ୍ବନ୍ଧିତ ଖବର