ସୋସିଆଲ ମିଡିଆରେ ଭାଇରାଲ ହେଲା ୟୁଟ୍ୟୁବର ଦାନିଶ ଜେହେନ୍‌ଙ୍କ ମୃତ୍ୟୁ ପୂର୍ବର ଭିଡିଓ, ଏହି ଭୁଲ ପାଇଁ ୨୧ବର୍ଷ ବୟସରେ ଦୁର୍ଘଟଣାରେ ଚାଲିଗଲା ଜୀବନ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର ଏବଂ ଏମ୍‌ଟଭିରେ ପ୍ରସାରିତ ହେଉଥିବା ସୋ’ ଏସ୍‌ ଅଫ୍‌ ସ୍ପେସ୍‌ର ପ୍ରତିଯୋଗୀ ରହି ସାରିଥିବା ଦାନିଶ୍‌ ଜେହେନ୍‌ଙ୍କର ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରସାର ହେବା ପରେ ଦାନିଶଙ୍କ ପ୍ରଶଂସକ ଏବଂ ଏସ୍‌ ଅଫ୍‌ ସ୍ପେସ୍‌ର ହୋଷ୍ଟ ବିକାଶ ଗୁପ୍ତାଙ୍କୁ ଶକ୍ତ ଧକ୍କା ଲାଗିଥିଲା । ମୃତ୍ୟୁ ପରେ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ସେ ମୃତ୍ୟୁ ପୂର୍ବରୁ ରେକର୍ଡ଼ କରିଥିଲେ ବୋଲି ଚର୍ଚ୍ଚା ହେଉଛି । ମାତ୍ର ୨୧ବର୍ଷ ବୟସରେ ସେ ଦୁନିଆ ଛାଡ଼ି ଚାଲି ଯାଇଥିବା ବେଳେ ଏହି ଭିଡିଓ ସମସ୍ତ ବହୁତ କିଛି ଶିଖାଇଛି ।

ଭାଇରାଲ ହୋଇଥିବା ଭିଡିଓରେ ଦାନିଶ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ କାର୍‌ରେ ବସିଥିବା ଦେଖା ଯାଇଛି । ଦୁହେଁ ଚଳନ୍ତା ଗାଡ଼ିରେ ଗୀତ ବଜାଇ ଭିଡିଓ ରେକର୍ଡ଼ କରୁଥିବାରୁ ସେମାନଙ୍କ ଧ୍ୟାନ ରାସ୍ତା ଉପରେ ନଥିଲା । ଯାହା ପାଇଁ ଦୁର୍ଘଟଣା ଘଟିଥିଲା ବୋଲି ସାମ୍ନାକୁ ଆସିଛି । ଏହି ଭିଡିଓକୁ ଟୁଇଟରରେ ପୋଷ୍ଟ କରାଯାଇ ଯେତେ ସମ୍ଭବ ଗାଡ଼ି ଚଳାଇବା ସମୟରେ ଫୋନର ବ୍ୟବହାର କରନ୍ତୁ ନାହିଁ । ଦୁଇ ମିନିଟ୍‌ର ଏହି ଖୁସି ଜୀବନଠାରୁ ବଡ଼ ନୁହେଁ ବୋଲି ଲେଖା ଯାଇଥିବା ଦେଖାଯାଇଛି ।

ଅନ୍ୟ ପକ୍ଷରେ ଦାନିଶ୍‌ଙ୍କ ମୃତ୍ୟୁ ପରେ ଇନ୍‌ଷ୍ଟାଗ୍ରାମ୍‌ ଦାନିଶ୍‌ଙ୍କ ଆକାଉଣ୍ଟ ହଟାଇ ଦେଇଥିବା ସାମ୍ନାକୁ ଆସିଥିବା ବେଳେ ଇନ୍‌ଷ୍ଟାରେ ତାଙ୍କ ଫଲଓ୍ଵର୍ସ ୮ଲକ୍ଷରୁ ୧୪ଲକ୍ଷ ହୋଇ ଯାଇଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର