ନୂଆଦିଲ୍ଲୀ: ଆଜି ସକାଳେ ଅର୍ଥାତ ମଇ ୨୮ ତାରିଖରେ ବିଧିବିଧାନ ଅନୁଯାୟୀ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ ‘ସେଙ୍ଗୋଲ୍’ ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଲୋକାର୍ପଣ କରିବା ସଙ୍କେତ ସ୍ବରୂପ ଏକ ‘ଫଳକ’ ବା ‘ପ୍ଲେକ୍’ ଉନ୍ମୋଚନ କରିଥିଲେ।
ନୂତନ ସଂସଦ ଭବନ ବହୁ ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ କରାଯାଇଛି। ସମ୍ପ୍ରତି ଏହା ଭିତରେ ଥିବା ଚିତ୍ରଗୁଡ଼ିକ ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ବିସ୍ମିତ ହୋଇ ଯାଇଛନ୍ତି।
ବଲିଉଡର ବିଗ ବି ଅମିତାଭ ବଚ୍ଚନ ନିଜ ବ୍ଲଗରେ ମଇ ୨୭ ତାରିଖରେ ନୂଆ ସଂସଦ ଭବନ ବିଷୟରେ କହିଥିଲେ କି , ‘ ଦେଶର ନୂଆ ସଂସଦ ଭବନ ଖୋଲିବାକୁ ଯାଉଛି। ପୂର୍ବତନ ଏମପି ଭାବେ ମୁଁ ଏହି ସ୍ବତନ୍ତ୍ର ଦିନ ଅବସରରେ ଶୁଭକାମନା ଜଣାଉଛି। ମୁଁ ଏହି ସଂସଦର କାରୁକାର୍ଯ୍ୟ ଓ ଆକାର ବିଷୟରେ ବିସ୍ତୃତ ଭାବେ ଜାଣିବାକୁ ଚାହୁଁଛି। ଏଥିସହିତ ଏହି ସଂସଦର ଧର୍ମଶାସ୍ତ୍ରୀୟ, ପୌରାଣିକ ଓ ଜ୍ୟୋତିଷର ଅର୍ଥ କ’ଣ ତାହା ବି ଜାଣିବାକୁ ଉତ୍ସୁକ ଅଛି।
ଏହି ତାଲିକାରେ ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନ, ଅକ୍ଷୟ କୁମାର, ଅନୁପମ ଖେର ଓ ରଜନୀକାନ୍ତ ଅନ୍ତର୍ଭୁକ୍ତ ହୋଇ ନୂଆ ସଂସଦ ଭବନକୁ ନେଇ ଖୁସି ଜାହିର କରିବା ସହିତ ପ୍ରତିକ୍ରିୟା ବି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/୧୧୧.jpg)