ବିବାହର ନିମନ୍ତ୍ରଣ ପତ୍ର ପୋଷ୍ଟ କରିବାର ଦିନକ ପରେ ରାକ୍ଷୀଙ୍କ ଭର୍ଜିନିଟି ସାର୍ଟିଫିକେଟ୍‌ ସେୟାର କଲେ ଭାବିସ୍ୱାମୀ

ମୁମ୍ବାଇ : ଗତକାଲି ସୋସିଆଲ ମିଡିଆରେ ନିଜ ବିବାହର ନିମନ୍ତ୍ରଣ ପତ୍ର ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ବଲିଉଡ୍‌ର ଡ଼୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତ । ଏହି ଖବର ପ୍ରସାରିତ ହେବା ପରେ କେହି ବି ଏହାକୁ ବିଶ୍ୱାସ କରୁ ନଥିବା ବେଳେ ଏହା ମଧ୍ୟ ରାକ୍ଷୀଙ୍କର ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିବା ଆରମ୍ଭ କରିଥିଲେ । ତେବେ ରାକ୍ଷୀଙ୍କ ବିବାହ ନିମନ୍ତ୍ରଣ ପତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ରାକ୍ଷୀଙ୍କ ଭାବିସ୍ୱାମୀ ଦୀପକ କଲାଲ କରିଥିବା କାମକୁ ନେଇ ସମସ୍ତେ ହତବାକ୍‌ ହୋଇ ଯାଇଛନ୍ତି ।

India.com

ସୋସିଆଲ ମିଡ଼ିଆରେ ସେ ରାକ୍ଷୀଙ୍କ ଭର୍ଜିନିଟି ସାର୍ଟିିଫିକେଟ୍‌ ସେୟାର କରିବା ପରେ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ସେୟାର କରାଯାଇଥିବା ଫଟୋରେ ସାର୍ଟିିଫିକେଟ୍‌ ଅଫ୍‌ ଭର୍ଜିନିଟି ପ୍ରେଜେଣ୍ଟେଡ଼୍‍ ଟୁ ରାକ୍ଷୀ ସାଓ୍ଵନ୍ତ । ଦୀପକଙ୍କ ଏଭଳି କାମ ପରେ ଦୁହେଁ କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ବୋଲି ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । ତେବେ ରାକ୍ଷୀ ସତରେ ବିବାହ କରିବାକୁ ଯାଉଛନ୍ତି କି ନାହଁ ତାହା ତାଙ୍କ ବିବାହ ପରେ ହିଁ ସ୍ପଷ୍ଟ ହୋଇ ପାରିବ । ନିଜ ଜୀବନସାଥୀ ଭାବେ ରାକ୍ଷୀ ଦୀପକଙ୍କୁ ବାଛିଥିବା ବେଳେ ସେ ପେସାରେ ଜଣେ ୟୁଟ୍ୟୁବର ଏବଂ ହାସ୍ୟ ଅଭିନେତା ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର