ନୂଆଦିଲ୍ଲୀ: ଚର୍ଚ୍ଚିତ କଣ୍ଠଶିଳ୍ପୀ ବି ପ୍ରାକ ଓରଫ୍ ପ୍ରତୀକ ବଚ୍ଚନଙ୍କ ଦ୍ବିତୀୟ ପୁତ୍ରର ଜନ୍ମର ଏକ ମାସ ପରେ ମୃତ୍ୟୁ ହୋଇଯାଇଥିଲା। ଏହି ଦୁଃଖଦ ଘଟଣା ୧ବର୍ଷ ପୂର୍ବେ ଘଟିଥିଲେ ହେଁ ପ୍ରତୀକ ଓ ତାଙ୍କ ସ୍ତ୍ରୀଙ୍କ ମନରେ ଆଜି ବି ପୁଅକୁ ହରାଇବାର କଷ୍ଟ ରହିଛି।

Advertisment

ପୁଅକୁ ହରାଇବା ଦୁଃଖରୁ ବାହାରି ପାରୁ ନଥିବାରୁ ପ୍ରତୀକ ଓ ତାଙ୍କ ସ୍ତ୍ରୀ ମହାରାଜ ପ୍ରେମାନନ୍ଦଙ୍କ ଶରଣ ନେଇଥିବା ଜଣାପଡ଼ିଛି। ମହାରାଜଙ୍କ ଶରଣ ନେଇ ଦୁହେଁ ଦୁଃଖ ବଖାଣିଛନ୍ତି।

ପ୍ରତୀକ ଓ ତାଙ୍କ ସ୍ତ୍ରୀ ମହାରାଜ ପ୍ରେମାନନ୍ଦଙ୍କୁ ପ୍ରଶ୍ନ କରିଥିଲେ କି, ଗୁରୁଜୀ ଜଣେ ମା’ ତାର ଗର୍ଭରେ ୯ମାସ ଧରି ଶିଶୁକୁ ରଖିବା ପରେ ଜନ୍ମ ଦେଇଥାଏ। ସେହି ଶିଶୁ ଦୁନିଆକୁ ଆସିବାର ମାସକ ପରେ ମୃତ୍ୟୁବରଣ କରେ। ସେ ଶିଶୁ କ’ଣ ଏ ଦୁନିଆ ପାଇଁ ଆବଶ୍ୟକ ନଥିଲା କି?

ଏହାର ଉତ୍ତରରେ ମହାରାଜ କହିଥିଲେ, ‘ବିଧିର ବିଧାନକୁ ଆମେ ଏଡ଼ାଇ ପାରିବା ନାହିଁ। ଜନ୍ମ ନେଇଛେ ମାନେ ମୃତ୍ୟୁ ସୁନିଶ୍ଚିତ। କିଏ ଜନ୍ମ ନେଉନେଉ ମୃତ୍ୟୁବରଣ କରନ୍ତି ତ ଆଉ କିଏ ୧୦୦ବର୍ଷ ପର୍ଯ୍ୟନ୍ତ ବଞ୍ଚି ଥାଆନ୍ତି। ତେଣୁ ଆମେ ଯେପର୍ଯ୍ୟନ୍ତ ବଞ୍ଚି ରହିଛୁ ଭଗବାନଙ୍କ ଧ୍ୟାନ କରିବା।’

ମହାରାଜଙ୍କଠାରୁ ଏମିତି ବିଭିନ୍ନ ବାଣୀ ଶୁଣି ପ୍ରତୀକ ଓ ତାଙ୍କ ସ୍ତ୍ରୀଙ୍କ ମନକୁ ଶାନ୍ତି ମିଳିଥିଲା। ପ୍ରତୀକଙ୍କ ବଡ଼ ପୁଅ ନାମ ଅଦାବ ବଚ୍ଚନ। ଚଳିତବର୍ଷ ଅନୁଷ୍କା ଶର୍ମା ଓ ବିରାଟ କୋହଲି ବି ତାଙ୍କ ଝିଅକୁ ନେଇ ମହାରାଜ ପ୍ରେମାନନ୍ଦଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ।