ଘୁଞ୍ଚିଲା ‘ଆଦିପୁରୁଷ’ର ରିଲିଜ ତାରିଖ; ଆଗାମୀ ଜୁନ୍‌ ୧୬ରେ ମୁକ୍ତିଲାଭ କରିବ ପ୍ରଭାସଙ୍କ ଏହି ଫିଲ୍ମ

ମୁମ୍ବାଇ: ଆଗାମୀ ଭବିଷ୍ୟତରେ ରିଲିଜ୍‌ ହେବାକୁ ଥିବା ତେଲୁଗୁ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ୬ ମାସ ବିଳମ୍ବରେ ରିଲିଜ୍‌ ‌ହେବ। ନିର୍ଦ୍ଦେଶକ ଓମ୍‌ ରାଉତ ସୂଚନା ଦେଇ କହିଛନ୍ତି ଯେ ଟେକ୍‌ନିକାଲ୍‌ ଟିମ୍‌ଙ୍କର ଫିଲ୍ମଟିରେ କିଛି କାମ ବାକି ରହିଛି, ଯାହା ପୂରା ହେବା ପରେ ଯାଇ ଫିଲ୍ମଟି ମୁକ୍ତିଲାଭ କରିବ। ନିକଟରେ ହସ୍ତଗତ ହୋଇଥିବା ସୂଚନା ମୁତାବକ, ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରଟି ଆଗାମୀ ବର୍ଷ ଜୁନ୍‌ ୧୬ ତାରିଖରେ ରିଲିଜ୍‌ ହେବ।

ନିକଟରେ ‘ଆଦିପୁରୁଷ’ର ଟିଜର୍‌ ରିଲିଜ୍‌ ହୋଇଥିଲା। ଟିଜର୍‌ ଦେଖି ଲୋକେ ତାହାର ଆନିମେସନ୍‌ ଓ ଭିଜୁଆଲ୍‌ ଇଫେକ୍ଟକୁ ନେଇ ଖୁବ୍‌ ଟ୍ରୋଲ୍‌ କରିଥିଲେ। ଏହି କାରଣରୁ ନିର୍ମାତା ଫିଲ୍ମଟି ଉପରେ ଆଉ କିଛି ଦିନ କାମ କରିବା ପାଇଁ ରିଲିଜ୍‌ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

ଫିଲ୍ମଟି ଜାନୁଆରି ୧୨, ୨୦୨୩ରେ ରିଲିଜ ହେବାକୁ ଥିବା ବେଳେ ଏହା ଏବେ ଏହାକୁ ୫ ମାସ ଘୁଞ୍ଚାଇ ଦିଆଯାଇଛି। ତେବେ ଏବିଷୟରେ ଫିଲ୍ମର ନିର୍ମାତାଙ୍କ ପକ୍ଷରୁ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ। ଫିଲ୍ମଟି ଧାର୍ଯ୍ୟ ତାରିଖରେ ରିଲିଜ ହେବ ନାଁ ଏହାର ତାରିଖ ବଦଳିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇପାରିବ।

ପୂର୍ବରୁ ଟିଜର ରିଲିଜ ପ‌ରେ ୫୦୦କୋଟି ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମ ‘ଆଦିପୁରୁଷ’କୁ ବିରୋଧ କରାଯାଇଥିଲା। ବିଶ୍ବ ହିନ୍ଦୁ ପରିଷଦ ଫିଲ୍ମର ଟିଜରରେ ଥିବା ପ୍ରଭୁ ରାମ, ଲକ୍ଷ୍ମଣ ଏବଂ ରାବଣଙ୍କ ଭଳି ଚରିତ୍ରକୁ ନେଇ ବିରୋଧ କରିଥିଲେ। ଫିଲ୍ମକୁ କୌଣସି ହଲରେ ପ୍ରଦର୍ଶିତ ହେବାକୁ ଦିଆଯିବ ନାହିଁ ବୋଲି ବିଶ୍ୱ ହିନ୍ଦୁ ପରିଷଦ ଚେତାବନୀ ଦେଇଥିଲା।

 

ସମ୍ବନ୍ଧିତ ଖବର