ବାହୁବଳୀ ଫେମ୍‌ ପ୍ରଭାସଙ୍କ ସହ ଅଭିନୟ କରିବେ ଦୀପିକା

ଦୀପିକା ପାଦୁକୋନ୍‌ ଓ ବାହୁବଳୀ ଫେମ୍‌ ସୁପରଷ୍ଟାର ପ୍ରଭାସଙ୍କ ଯୋଡ଼ି ଦେଖିବାକୁ ମିଳିବ। ବିଜୟନ୍ତୀ ମୁଭିଜ୍‌ ପ୍ରଶଂସକଙ୍କୁ କିଛି ସରପ୍ରାଇଜ ଦେବା ନେଇ ଘୋଷଣା କରିଥିବା ବେଳେ ଆଜି ଟ୍ବିଟ୍‌ କରି ଏ ସମ୍ପର୍କରେ ଅବଗତ କରିଛି। ଦୀପିକା ମଧ୍ୟ ନିଜେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ନିର୍ଦେଶକ ନାଗ ଅଶ୍ବିନୀଙ୍କ ନିର୍ଦେଶନାରେ ଦୀପିକା ଓ ପ୍ରଭାସ କାମ କରିବେ। ନାଗ ଅଶ୍ବିନୀ କହିଛନ୍ତି, ଚଳଚ୍ଚିତ୍ରରେ ଦୀପିକାଙ୍କୁ ଏକ ନିଆରା ଚରିତ୍ରରେ ଉପସ୍ଥାପନ କରାଯିବ। ମୁଁ ନିଜେ ମଧ୍ୟ ଏହା ଦେଖିବାକୁ ଉତ୍ସୁକ ହୋଇ ଅପେକ୍ଷା କରିଛି। ତାଙ୍କୁ ଏପରି ଏକ ଚରିତ୍ରରେ ଉପସ୍ଥାପିତ କରାଯିବ, ସେଭଳି ଭୂମିକାରେ କୌଣସି ମଧ୍ୟ ଅଭିନେତ୍ରୀ ଆଗରୁ ଅଭିନୟ କରିନାହାନ୍ତି। ଏହା ସମସ୍ତଙ୍କୁ ଚମକାଇ ଦେବ। ଦୀପିକା ଓ ପ୍ରଭାସଙ୍କ ଏହି ଚଳଚ୍ଚିତ୍ର ଧମାକା କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର