ଡିସେମ୍ବରରେ ପ୍ରଭାସ୍‌ ଓ ଅନୁଷ୍କାଙ୍କ ନିର୍ବନ୍ଧ ! ତେବେ ଦୁହେଁ କିନ୍ତୁ ଚୁପ୍‌ !

ମୁମ୍ବାଇ: ବାହୁବଳୀ ଫ୍ୟାନ୍‌ଙ୍କ ଲାଗି ଖୁସି ଖବର ! କାହିଁକିନା ଏବେ ସେମାନଙ୍କର ଅତିପ୍ରିୟ ତାରକା ଯୋଡ଼ି ପ୍ରଭାସ୍‌ ଏବଂ ଅନୁଷ୍କା ସେଟ୍ଟି ରିୟଲ୍‌ ଲାଇଫରେ ଏକ ନୂଆ କୀର୍ତ୍ତିମାନ୍‌ ସ୍ଥାପନ କରିବାକୁ ଯାଉଛନ୍ତି। ପରଦାରେ ଜୀବନସାଥୀ ବନିଥିବା ଏହି ଦୁଇ କଳାକାର ବାସ୍ତବ ଜୀବନରେ ମଧ୍ୟ ଜୀବନସାଥୀ ବନିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ବ୍ଲକବଷ୍ଟର ବାହୁବଳୀ ନିର୍ମାଣ ସମୟରେ ଏହି ଯୋଡ଼ିଙ୍କ ମଧ୍ୟରେ ପ୍ରେମସଂପର୍କ ଗଢ଼ି ଉଠିଥିବା କଥା ଶୁଣିବାକୁ ମିଳିଥିବା ବେଳେ, ଖୁବ୍‌ ଶୀଘ୍ର ପ୍ରଭାସ୍‌-ଅନୁଷ୍କା ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଏ ନେଇ ଏହି ଦୁଇ କଳାକାର ଚୁପ୍‌ ରହିଥିଲେ। ହେଲେ ଏବେ ପ୍ରଭାସ୍‌-ଅନୁଷ୍କା ଖୁବ୍‌ଶୀଘ୍ର ହିଁ ଡ଼ିସେମ୍ବରେ ନିର୍ବନ୍ଧ କରିବାକୁ ଯାଉଛନ୍ତି ବୋଲି ଏକ ସାଉଥ୍‌ ଏସିଆନ୍‌ ସିନେମା ପତ୍ରିକାରେ ପ୍ରକାଶ ପାଇଛି।

ସାଉଥର ଜଣାଶୁଣା ଫିଲ୍ମ ଏବଂ ଫେସନ୍‌ କ୍ରିଟିକ୍‌ ଉମେର୍‌ ସଂଧୁ ଏହି ଖବର ଜଣାଇଛନ୍ତି। ସେ ପ୍ରଭାସ-ଅନୁଷ୍କାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ନିଜ ଟ୍ଵିଟ୍‌ର ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଯେଉଁଥିରେ କି ଉଲ୍ଲେଖ ରହିଛି ଯେ, ବାହୁବଳୀ ଫ୍ୟାନଙ୍କ ଲାଗି ବ୍ରେକିଂ ନ୍ୟୁଜ୍‌ । ପ୍ରଭାସ ଓ ଅନୁଷ୍କା ଏହି ଡିସେମ୍ବରରେ ନିର୍ବନ୍ଧ କରିବେ। ଏବେ ସେମାନଙ୍କ ସଂପର୍କ ସ୍ୱୀକୃତ ହୋଇଛି। (‘Breaking News for # Baahubali Fans! #Prabhas & #AnushkaShetty will get engaged this December! They are officially in Relationship Now’।) ହେଲେ ଏ ପର୍ଯ୍ୟନ୍ତ ଏ ନେଇ ପ୍ରଭାସ ଏବଂ ଅନୁଷ୍କାଙ୍କ ତରଫରୁ କିଛି ବି ହେଲେ ପ୍ରତିକ୍ରିୟା ଆସି ନ ଥିବା ବେଳେ ପୁଣିଥରେ ଉମେର୍‌ ଦ୍ୱିତୀୟ ଥର ପାଇଁ ତାଙ୍କର ଟ୍ଵିଟ୍‌ର ଆକାଉଣ୍ଟ୍‌ରେ ଉଲ୍ଲେଖ କରିଛନ୍ତି କି ଅନୁଷ୍କା ସେଟ୍ଟି ଓ ପ୍ରଭାସଙ୍କ ଅନ୍ତରଙ୍ଗ ବନ୍ଧୁ ମତେ କହିଛନ୍ତି କି ସେ ଦୁହେଁ ପରସ୍ପରକୁ ଖୁବ୍‌ ଭଲ ପାଆନ୍ତି ଓ ପରସ୍ପରର ଯତ୍ନ ନେଉଛନ୍ତି। ସେମାନେ ଏବେ ବିଧିବଦ୍ଧ ଭାବେ ରିଲେସନ୍‌ସିପ୍‌ରେ ଅଛନ୍ତି। (#AnushkaShetty & #Prabhas close friend told me that they love & care each other & they are officially in relationship now..!!)’ ତେବେ ପ୍ରଭାସ ଓ ଅନୁଷ୍କା କିନ୍ତୁ ସେମାନଙ୍କ ନିର୍ବନ୍ଧ ବିଷୟରେ ପାଟିଖୋଲୁ ନାହାନ୍ତି।

ସମ୍ବନ୍ଧିତ ଖବର