‘ପ୍ରୋଜେକ୍ଟ କେ’ର ସୁଟିଂ ସମୟରେ ପ୍ରଭାସ କରୁଥିବା ଏହି କାମକୁୁ ପ୍ରଶଂସା କଲେ ବିଗ୍ ବି

ମୁମ୍ବାଇ: ଟ୍ବିଟରରେ ବାହୁବଲୀ ପ୍ରଭାସଙ୍କ ପ୍ରଶଂସା କଲେ ବିଗ୍ ବି ଅମିତାଭ ବଚ୍ଚନ। ବିଗ୍ ବି ଏବଂ ବାହୁବଲୀ ପ୍ରଭାସ ଏକାଠି ଏକ ଫିଲ୍ମରେ କାମ ଆରମ୍ଭ କରିଥିବା ବେଳେ ଏବେ ସୁଟିଂ ସମୟରେ ପ୍ରଭାସ କରୁଥିବା କାମ ବିଷୟରେ ଜଣାଇଛନ୍ତି ବିଗ୍ ବି। ସୁଟିଂ ସମୟରେ ପ୍ରଭାସ କିଭଳି ବିଗ୍ ବିଙ୍କ ଯତ୍ନ ନେଉଛନ୍ତି, ସେ ବିଷୟରେ କହିଛନ୍ତି ଅମିତାଭ ବଚ୍ଚନ।

ସୂଚନା ମୁତାବକ, ବୈଜୟନ୍ତୀ ମୁଭିଜର ଆଗାମୀ ଚଳଚ୍ଚିତ୍ର ‘ପ୍ରୋଜେକ୍ଟ କେ’ର ସୁଟିଂ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ନାଗ ଅଶ୍ୱିନ ଦେଉଛନ୍ତି। ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ବେଳେ ବିଗ୍ ବି ଏବଂ ସାଉଥ୍ ସୁପରଷ୍ଟାର ପ୍ରଭାସ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ସୁଟିଂ ସମୟରେ ପ୍ରଭାସ ଯେଉଁଭଳି ଭାବେ ବିଗ୍ ବିଙ୍କ ସେବା କରୁଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏବିଷୟରେ ଜଣାଇ ବିଗ୍ ବି ଟ୍ବିଟ କରିଛନ୍ତି ଯେ, ‘ବାହୁବଲୀ’ ପ୍ରଭାସ, ଆପଣଙ୍କର ଉଦାରତା ଆଶ୍ଚର୍ଯ୍ୟଜନକ ଅଟେ। ତୁମେ ମୋତେ ଘର ରନ୍ଧା ଖାଦ୍ୟ ଆଣି ଦେଉଛ, ଯାହା ବହୁତ ସ୍ୱାଦିଷ୍ଟ। ତୁମେ ମୋତେ ଏତେ ଖାଦ୍ୟ ପଠାଉଛ ‌ଯେ, ଯାହାକୁ ପୁରା ସୈନ୍ୟବାହିନୀ ଖାଇପାରିବେ। ତୁମେ ମୋତେ ସ୍ବତନ୍ତ୍ର କୁକିଜ୍ ମଧ୍ୟ ପଠାଉଛ। ଆପଣଙ୍କୁ ପ୍ରଶଂସା କରିବା ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ। ଏଭଳି ଲେଖି ପ୍ରଭାସଙ୍କୁ ପ୍ରଶଂସା କରିଥିଲେ ବିଗ୍ ବି।

ସମ୍ବନ୍ଧିତ ଖବର