‘ବାହୁବଳୀ’ ସହ ‘ଚନ୍ଦ୍ରାୟନ-୨’ର ସଂଯୋଗକୁ ନେଇ ଖୁସି ବ୍ୟକ୍ତ କଲେ ପ୍ରଭାସ

ନୂଆଦିଲ୍ଲୀ: ଇସ୍ରୋ ଉତ୍‌କ୍ଷେପଣ କରିଥିବା ‘ଚନ୍ଦ୍ରାୟନ-୨’କୁ ବାହୁବଳୀ କୁହାଯାଉଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ତେଲ୍‌ଗୁ ଅଭିନେତା ପ୍ରଭାସ। ‘ବାହୁବଳୀ’ ଚଳଚ୍ଚିତ୍ର ଜରିଆରେ ଲୋକପ୍ରିୟତା ସାଉଁଟିଥିବା ପ୍ରଭାସ ‘ଚନ୍ଦ୍ରାୟନ-୨’ ସହ ତାଙ୍କ ଚଳଚ୍ଚିତ୍ରର ନାମର ଥିବା ସଂଯୋଗକୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‍ କରିଛନ୍ତି।

ସେ ତାଙ୍କ ଇନ୍‌ଷ୍ଟାରେ ଲେଖିଛନ୍ତି, ‘ଇସ୍ରୋ ଉତ୍‌କ୍ଷେପଣ କରିଥିବା ‘ଚନ୍ଦ୍ରାୟନ-୨’ର ସଫଳତା ପୂରା ଦେଶ ପାଇଁ ଗର୍ବ। ଏହାର ନାମ ବାହୁବଳୀ ରଖାଯାଇଥିବାରୁ ପୂରା ‘ବାହୁବଳୀ’ ଚଳଚ୍ଚିତ୍ରର ଟିମ୍‌ ପାଇଁ ବଡ଼ ସମ୍ମାନ।

 

ଉଲ୍ଲେଖଯୋଗ୍ୟ, ପ୍ରଭାସ ଆଗକୁ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବିପକ୍ଷରେ ‘ଶାହୋ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ। ପୂର୍ବରୁ ଏହା ଅଗଷ୍ଟ ୧୫ରେ ରିଲିଜ୍‌ ହେବ ବୋଲି ସ୍ଥିର ହୋଇଥିଲା। ତାହାକୁ ଘୁଞ୍ଚାଇ ଦିଆଯାଇ ରିଲିଜ୍‌ ତାରିଖ ଅଗଷ୍ଟ ୩୦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର