ରିଲିଜ ପୂର୍ବରୁ ‘ଆଦିପୁରୁଷ’ ସିନେମାର ନିର୍ମାତାମାନେ କଲେ ବଡ଼ ଘୋଷଣା

ମୁମ୍ବାଇ: ସାଉଥ ସିନେମାର ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ଜୁନ ୧୬ରେ ରିଲିଜ୍‌ ହେବ।

‘ଆଦିପୁରୁଷ’ ଫିଲ୍ମରେ ପ୍ରଭାସ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ସୈଫ ଅଲି ଖାନ ରାବଣ, ସନ୍ନି ସିଂ ଲକ୍ଷ୍ମଣ ଏବଂ କ୍ରିତି ସାନନ ସୀତା ଭୂମିକାରେ ଅଭିନୟ କରିଛନ୍ତି। ଏହି ସିନେମା ରିଲିଜ ପୂର୍ବରୁ ନିର୍ମାତାମାନେ ଏକ ବଡ଼ ଘୋଷଣା କରିଛନ୍ତି।

ଏହି ଘୋଷଣା ଅନୁଯାୟୀ, ‘ଆଦିପୁରୁଷ’ ସ୍କ୍ରିନିଙ୍ଗ ସମୟରେ ପ୍ରତ୍ୟେକ ସିନେମା ଘରେ ଗୋଟିଏ ସିଟ ଖାଲି ରହିବ। ଏହି ସିଟ ଭଗବାନ ହନୁମାନଙ୍କୁ ଅର୍ପଣ କରାଯିବ। ନିର୍ମାତ କହିଛନ୍ତି, ‘ଯେତେବେଳେ ବି କୌଣସି ସ୍ଥାନରେ ରାମାୟଣ ପାଠ ହୋଇଥାଏ ସେଠାରେ ପ୍ରଭୁ ହନୁମାନ ପ୍ରକଟ ହୋଇଥାଆନ୍ତି ବୋଲି କୁହାଯାଇଥାଏ। ଏହି କା୍ରଣରୁ ପ୍ରଭୁ ହନୁମାନଙ୍କ ପାଇଁ ସିନେମା ଘରେ ଗୋଟିଏ ଆସନ ଛାଡ଼ଯିବ।’

ରିଲିଜ ପୂର୍ବରୁ ସିନେମା ‘ଆଦିପୁରୁଷ’କୁ ନେଇ ଏକ ଖବର ଆସିଥିଲା। ଏହି ଖବର ଅନୁଯାୟୀ ସିନେମାଟି ୫୦୦କୋଟି ଟଙ୍କା‌ରେ ନିର୍ମିତ ହୋଇଥିବା କୁହାଯାଉଥିବା ବେଳେ ଏହା ରିଲିଜ ପୂର୍ବରୁ ନିର୍ମାଣ ଖର୍ଚ୍ଚର ୮୫ ପ୍ରତିଶତ ହାସଲ କରି ଦେଇଥିବା ରିପୋର୍ଟ ମିଳିଥିଲା। ଅର୍ଥାତ ‘ଆଦିପୁରୁଷ’ ରିଲିଜ ପୂର୍ବରୁ ୪୩୨ କୋଟି ଟଙ୍କା ରୋଜଗାର କରିସାରିଛି। ଏହି ସିନେମାଟି ତେଲୁଗୁ, ତାମିଲ, ହିନ୍ଦୀ, ମଲୟାଲମ ଓ କନ୍ନଡ଼ ଭାଷାରେ ରିଲିଜ ହେବ ବୋଲି କୁହାଯାଉଛି।

 

ସମ୍ବନ୍ଧିତ ଖବର