ନୂଆଦିଲ୍ଲୀ : ‘ବାହୁବଲୀ’ ଷ୍ଟାର ପ୍ରଭାସଙ୍କୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଆସିଛି । ସେ କେବେ ଓ କାହାକୁ ବିବାହ କରିବେ ତାହା ଦେଖିବା ପାଇଁ ଅନାଇ ବସିଛନ୍ତି ପ୍ରଭାସଙ୍କ ପ୍ରଶଂସକ । ପୂର୍ବରୁ ତାଙ୍କ ସହ କଳାକାର ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ତାଙ୍କର ନାଁ ଯୋଡ଼ାଯିବା ସହ ପ୍ରଭାସ ଅନୁଷ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ କିଛି ଦିନ ପରେ ଏହି ଚର୍ଚ୍ଚା ବନ୍ଦ ହୋଇଯିବା ସହ ପ୍ରଭାସ ଅନୁଷ୍କାଙ୍କୁ ବିବାହ କରିବେ ନାହିଁ ବୋଲି ସାମ୍ନାକୁ ଆସିଥିଲା ।

Advertisment

ଏବେ ପ୍ରଭାସଙ୍କ ବିବାହକୁ ନେଇ ଏକ ତାଜା ଖବର ମିଳିଛି । ସିନେ ସମୀକ୍ଷକ ମନୋବାଲା ବିଜୟବାଲାନଙ୍କ ଏକ୍ସ ପୋଷ୍ଟ ଦେଖିବା ପରେ ପ୍ରଭାସ ଖୁବଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏକ୍ସରେ ସେ ‌ପ୍ରଭାସଙ୍କ ନାମ ଲେଖିଥିବା ବେଳେ ଚର୍ଚ୍ଚ ଓ ଏକ କନ୍ୟାଙ୍କ ଇମୋଜି ଦେଇଛନ୍ତି। ତାଙ୍କର ଏଭଳି ପୋଷ୍ଟ ସାମ୍ନାକୁ ଆସିବା ପରେ ପ୍ରଭାସ ବିବାହ କରିବେ ବୋଲି ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ସେ କାହାକୁ ବିବାହ କରିବେ ତାହା ଜଣାପଡ଼ିନାହିଁ।