ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପ୍ରଭାସ ନିଜର ଆଗାମୀ ୩ଟି ଫିଲ୍ମ 'ଆଦିପୁରୁଷ', 'ସାଲାର' ଏବଂ 'ପ୍ରୋଜେକ୍ଟ କେ' ସହିତ ପ୍ରଶଂସକଙ୍କ ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ପ୍ରଭାସଙ୍କ ପ୍ରଶଂସକ ଏହି ସିନେମାକୁ ବହୁତ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଏବେ ସେମାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଶରୀରର ତାପମାତ୍ରା ବଢ଼ିବା ପରେ ପ୍ରଭାସ ତାଙ୍କ ଫିଲ୍ମ ସୁଟିଂକୁ ବାତିଲ କରିଛନ୍ତି। ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିବା ସହ ପରବର୍ତ୍ତୀ ଚିକିତ୍ସା ପାଇଁ ସେ ବିଦେଶ ଯାଇଥିବା କୁହାଯାଉଛି। ପ୍ରଭାସ ଯେଉଁ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ତା’ଉପରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।

Advertisment

ଖବର ଅନୁଯାୟୀ, ଅଭିନେତା ଏକାଧିକ ପ୍ରୋଜେକ୍ଟରେ କ୍ରମାଗତ ଭାବରେ କାର୍ଯ୍ୟ କରିଆସୁଛନ୍ତି ଏବଂ ଦୀର୍ଘ ସମୟ ଧରି ବିରତି ନେଇ ନାହାଁନ୍ତି। ଏହି କାରଣରୁ ପ୍ରଭାସଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା କୁହାଯାଉଛି।

ସେ କେବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେଟକୁ ଫେରିବେ ସେହି ଦିନକୁ ଅପେକ୍ଷା କରିଛନ୍ତି ପ୍ରଭାସଙ୍କ ପ୍ରଶଂସକ। ଜୁନ୍ ୧୬ରେ ପ୍ରଭାସଙ୍କ ଫିଲ୍ମ 'ଆଦିପୁରୁଷ' ରିଲିଜ୍ ହେବାକୁ ଥିବା ବେଳେ ପ୍ରଭାସଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଏଥିରେ ବିଳମ୍ବ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। 'ସାଲାର' ଏବଂ 'ପ୍ରୋଜେକ୍ଟ କେ'ର ସୁଟିଂ ଜାରି ରହିଥିବା ବେଳେ ଏହି ୨ଟି ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୁଞ୍ଚିପାରେ ବୋଲି କୁହାଯାଉଛି। ଫିଲ୍ମ 'ଆଦିପୁରୁଷ' ପ୍ରଥମେ ଜାନୁଆରି ୧୨ରେ ରିଲିଜ୍ ହେବାର ଥିଲା। ହେଲେ ଏହାର ଟିଜରକୁ ନେଇ ବିବାଦ ହେବା ସହ ଦର୍ଶକ ସେତେଟା ପସନ୍ଦ କରୁନଥିବାରୁ କିଛିଟା ପରିବର୍ତ୍ତନ ସହ ଏହାକୁ ରିଲିଜ କରିବାକୁ ନିଷ୍ପତ୍ତି‌ ନେଇଥିଲେ ନିର୍ମାତ। ଏବେ ଏହା ଉପରେ କାମ ଚାଲିଥିବା ବେଳେ ଜୁନରେ ଫିଲ୍ମ ରିଲିଜ୍ ହେବ ବୋଲି କୁହାଯାଉଛି।