ପ୍ରଥମଥର ପାଇଁ ବଲିଉଡର ଏହି ଅଭିନେତ୍ରୀଙ୍କ ସହିତ ସ୍କ୍ରିନ୍‌ ସେୟାର କରିବେ ପ୍ରଭାସ

 ଶ୍ରଦ୍ଧାଙ୍କ ନିଷ୍ଠାପର କାମ ଦେଖି ପ୍ରଶଂସା କଲେ ‘ବାହୁବଳୀ’ ଅଭିନେତା

ନୂଆଦିଲ୍ଲୀ : ଚଳଚ୍ଚିତ୍ର ‘ସାହୋ’ରେ ‘ବାହୁବଳୀ’  ସିନେମାର ଅଭିନେତା ପ୍ରଭାସଙ୍କ ବିପକ୍ଷରେ ଅଭିନେତ୍ରୀ ଶ୍ରଦ୍ଧା କପୁର ନଜର ଆସିବେ। ତେବେ ପ୍ରଭାସ ଶ୍ରଦ୍ଧାଙ୍କୁ ପ୍ରଶଂସା କରି କହିଛନ୍ତି କି, ସେ ଚଳଚ୍ଚିତ୍ରରେ ବହୁତ ଭଲ ଅଭିନୟ କରିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୮ ବର୍ଷିୟ ସାଉଥ ଅଭିନେତା ପ୍ରଭାବ ପ୍ରଥମଥର ପାଇଁ କୌଣସି ବଲିଉଡ଼ ଅଭିନେତ୍ରୀଙ୍କ ସହ ଅଭିନୟ କରିବା ପାଇଁ ଯାଉଛନ୍ତି।

ପ୍ରଭାସ କହନ୍ତି, ” ମୁଁ ଏଯାବତ୍‌ କୌଣସି ବଲିଉଡ଼ ଅଭିନେତ୍ରୀଙ୍କ ସହ ଅଭିନୟ କରି ନଥିଲି । ଶ୍ରଦ୍ଧାଙ୍କ ସହ ପ୍ରଥମଥର ପାଇଁ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛି। ତେବେ ଚଳଚ୍ଚିତ୍ରରେ ଶ୍ରଦ୍ଧାଙ୍କର ଭୁମିକାର ପ୍ରାଧାନ୍ୟ ବହୁ ରହିଛି । ଯାହାକି ସିନେମାର  କାହାଣୀକୁ ଦମଦାର କରିଛି।  ତାଙ୍କର କିଛି ଆକ୍ସନ ମଧ୍ୟ ଚଳଚ୍ଚିତ୍ରରେ ରହିଛି  ଏବଂ ଏହା ବହୁତ ଚମତ୍କାର ରୋଲ ବୋଲି କହିଛନ୍ତି ପ୍ରଭାସ ।

ସାହୋ ଚଳଚ୍ଚିତ୍ରରେ  ଶ୍ରଦ୍ଧାଙ୍କର ନିଷ୍ଠାପର କାମ ଦେଖି ପ୍ରଭାସ  ବହୁତ ପ୍ରଭାବିତ  ହୋଇଥିଲେ। ଶ୍ରଦ୍ଧାଙ୍କୁ ଚଳଚ୍ଚିତ୍ରରେ ଯେଉଁ ଭୂମିକାଟି ଦିଆଯାଇଛି ତାହାକୁ ସେ ଖୁବ୍‌ ଜୀବନ୍ତ ଭାବେ ନିଭାଇଛନ୍ତି। ବର୍ତ୍ତମାନ ଶ୍ରଦ୍ଧା ଚଳଚ୍ଚିତ୍ରର କିଛିଟା ଆକ୍ସନ ସିନ ହାଇଦ୍ରାବାଦରେ ସୁଟିଂ କରିଛନ୍ତି ।

ପ୍ରଭାସ ବର୍ତ୍ତମାନ ଲସଏଞ୍ଜଲର୍ସରେ ଥିବା ବେଳେ ଜାନୁଆରି ୫ରୁ ମାସକ ପାଇଁ ଏହି ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ରହିବେ । ବର୍ତ୍ତମାନ ପର୍ଯ୍ୟନ୍ତ ୪୦-୪୫ ଦିନର ସୁଟିଂର କାର୍ଯ୍ୟକାଳ ଠିକ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟୟରେ ଆକ୍ସନ ସିନଗୁଡ଼ିକ ସୁଟ ହେବାର ପ୍ରସ୍ତାବ ରହିଅଛି। ଚଳଚ୍ଚିତ୍ରଟି ଗତ ବର୍ଷ ରିଲିଜ ହେବାକୁ ଥିବା ବେଳେ ଚଳଚ୍ଚିତ୍ରଟିର ସୁଟିଂ ହିସାବରେ ରିଲିଜ ତାରିଖ ନିଶ୍ଚିତ ହେବ ବୋଲି ପ୍ରଭାସ କହିଛନ୍ତି  ।

ସମ୍ବନ୍ଧିତ ଖବର