ଚିରଞ୍ଜିବୀଙ୍କ ଝିଆରୀଙ୍କୁ ବିବାହ କରିବେ ନାହଁ ‘ବାହୁବଲୀ’ ପ୍ରଭାସ; ସ୍ପଷ୍ଟ କଲେ ଚିରଞ୍ଜିବୀ

ମୁମ୍ବାଇ: ବଲିଉଡ଼ରେ ସଲମାନ ଖାନ୍‌ଙ୍କ ଭଳି ‘ବାହୁବଲୀ’ ପ୍ରଭାସଙ୍କ ବିବାହକୁ ନେଇ ମଧ୍ୟ କିଛି ନା କିଛି ଚର୍ଚ୍ଚା ସବୁବେଳେ ଲାଗି ରହିଛି । ‘ବାହୁବଲୀ’ ଫିଲ୍ମ ରିଲିଜ ପରେ ପ୍ରଭାସ ଏବଂ ଅନୁଷ୍କାଙ୍କ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ଏମିତିକି ଦୁହେଁ ବିବାହ କରୁଛନ୍ତି ବୋଲି ମଧ୍ୟ କଥା ଉଠିଥିଲା । କିଛି ଦିନ ଏଭଳି ଚର୍ଚ୍ଚା ହେବା ପରେ ଉଭୟ ପ୍ରଭାସ ଏବଂ ଅନୁଷ୍କା ଦୁଇ ଜଣ ଏହି ଖବରକୁ ମିଛି ବୋଲି କହିଥିଲେ । ଦୁଇ ଜଣ ନିଜ ସଂପର୍କ ବିଷୟରେ ଜଣାଇବା ପରେ ପ୍ରଭାସଙ୍କ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ବନ୍ଦ ହୋଇ ଯାଇଥିଲା । କିନ୍ତୁ ଏବେ ବାହୁବଳୀ ପ୍ରଭାସ କୁଆଡ଼େ ମେଗାଷ୍ଟାର ଚିରଞ୍ଜିବୀଙ୍କ ଝିଆରୀଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି ।
ଚିରଞ୍ଜିବୀଙ୍କ ଝିଆରୀ ଜଣେ ଅଭିନେତ୍ରୀ ହିସାବରେ ଏବେ ଏବେ ନିଜ କ୍ୟାରିୟର ଗଢ଼ିବାରେ ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷରେ ଏହି ଖବର ପ୍ରସାରିତ ହେବା ପରେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଅଭିନେତା ଚିରଞ୍ଜିବୀଙ୍କୁ ଏ ନେଇ ପଚରା ଯାଇଥିଲା । ଉତ୍ତରରେ, ‘ନିହାରିକା ଏବେ ନିଜ କ୍ୟାରିୟରକୁ ନେଇ ଖୁବ୍‌ ବ୍ୟସ୍ତ । ଆମେ ଏବେ ତା’ ବିବାହ କଥା ଭାବି ନାହୁଁ’ ବୋଲି ସେ କହିଥିଲେ । ନିହାରିକା ଚିରଞ୍ଜିବୀଙ୍କ ଭାଇ ଅଭିନେତା ଏବଂ ପ୍ରଯୋଜକ ନାଗେନ୍ଦ୍ର ବାବୁଙ୍କ ଝିଅ ବୋଲି ଜଣା ପଡ଼ିଛି ।

Trending News

ସେ ପ୍ରଥମେ ୨୦୧୬ରେ ରିଲିଜ ହୋଇଥିବା ତେଲୁଗୁ ଫିଲ୍ମ ‘ଓକା ମାନସୁ’ ଜରିଆରେ ଟଲିଉଡ଼ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ପରେ ପରେ ସେ ଅନେକ େଓ୍ଵବ୍‌ ସିରିଜରେ ନଜର ଆସିଥିବା ବେଳେ ଆଗକୁ ତା’ଙ୍କ ଫିଲ୍ମ ‘ହାପି େଓ୍ଵଡ଼ିଙ୍ଗ’ ରିଲିଜ ହେବାକୁ ଯାଉଛି । ନିହାରିକାଙ୍କ ସହ ବିବାହକୁ ନେଇ ପ୍ରଭାସ ଏ ପର୍ଯ୍ୟନ୍ତ କିଛି ମତ ଦେଇ ନଥିବା ବେଳେ, ସେ ତା’ଙ୍କ ଆଗାମୀ ଫିଲ୍ମ ‘ସାହୋ’ରେ ବ୍ୟସ୍ତ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର