ମୁମ୍ବାଇ: ସାଉଥ୍ ସୁପରଷ୍ଟାର୍ ମହେଶ ବାବୁଙ୍କ ନୂଆ ଫିଲ୍ମ ‘ଭାରତ ଏ ଏନ୍ ମେନୁ’ ରିଲିଜ୍ ହେବାର ଦୁଇ ସପ୍ତାହ ଆଗରୁ କେତେକ ରେକର୍ଡ଼ ବ୍ରେକ୍ କରିଛି। ଏହି ଫିଲ୍ମ ଅନ୍ତଃରାଷ୍ଟ୍ରୀୟ ବଜାରରେ ଖୁବ୍ ଭଲ ଆୟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
‘ଭାରତ ଏ ଏନ୍ ମେନୁ’ ମାତ୍ର ୧୨ ଦିନରେ ୧୯୨ କୋଟି ୭୪ ଲକ୍ଷ ଟଙ୍କାର ଆୟ କରିଛି। ଏହି ଫିଲ୍ମ ଆମେରିକାରେ ମଧ୍ୟ ୩୫ ଲକ୍ଷ ଡ଼ଲାରର ରୋଜଗାର କରିସାରିଛି। କେବଳ ଚେନ୍ନାଇରେ ୧.୭୫ କୋଟି ଟଙ୍କାରୁ ଅଧିକ ଟଙ୍କା ଆୟ କରିଛି। କୁହାଯାଉଛି ଯେ, ଦୁଇ ସପ୍ତାହ ରେ ଏହା ୨୦୦ କୋଟି ଆୟ କରିଛି।
ମାତ୍ର ଦୁଇ ସପ୍ତାହରେ ୨୦୦ କୋଟି ଟଙ୍କା ଆୟ କରିବାର ଆକଳନ କରାଯାଉଛି। ଏହି ରେକର୍ଡ଼ ପୂର୍ବରୁ କେବଳ ପ୍ରଭାସ ଷ୍ଟାରର୍ ‘ବାହୁବଲୀ’ ନାଆଁରେ ଥିଲା। ଏବେ ‘ଭାରତ ଏ ଏନ୍ ମେନୁ’ସେହି ରେକର୍ଡ଼ କୁ ବ୍ରେକ୍ କରିଛି। ଅର୍ଥାତ୍ ମହେଶ ବାବୁ ପ୍ରଭାସଙ୍କ ରେକର୍ଡ ବ୍ରେକ୍ କରିଛନ୍ତି।
‘ଭାରତ ଏ ଏନ୍ ମେନୁ’ ଫିଲ୍ମରେ ମହେଶ ବାବୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭୂମିକା ନିଭାଇଛନ୍ତି। ଏହି ସିନେମା ଆମେରିକାରେ ମଧ୍ୟ ‘ବାହୁବଲୀ’ ଫ୍ରାଞ୍ଚାଇଜ୍କୁ ପଛରେ ପକାଇ ଦେଇଛି। ‘ଭାରତ ଏ ଏନ୍ ମେନୁ’ ସାରା ବିଶ୍ୱରେ ୪୫ଟି ଦେଶରେ ରିଲିଜ୍ ହୋଇଛି। ଏହି ସିନେମା ରିଲିଜ୍ ହେବା ପୂର୍ବରୁ ୧୦୩ କୋଟି ଟଙ୍କାର ବ୍ୟବସାୟ କରିଛି। ଆହୁରି ମଧ୍ୟ କୁହାଯାଉଛି ଯେ ‘ଭାରତ ଏ ଏନ୍ ମେନୁ’ ହିନ୍ଦୀରେ ଡବ୍ ହୋଇ ରିଲିଜ୍ ହୋଇଥିଲେ ପ୍ରଥମ ସପ୍ତାହରେ ‘ବାହୁବଲୀ’ର ରେକର୍ଡ ଭାଙ୍ଗିଥାନ୍ତା।