କଳ୍କୀ ୨୮୯୮ ଏଡି’ର ଜବରଦସ୍ତ ସଫଳତା ପରେ ପ୍ରଭାସ ଏବେ ପୁଣି ଏକ ନୂଆ ଅବତାରରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି। ଆକ୍ସନ୍ ଫିଲ୍ମ ସୁପର୍ଷ୍ଟାର୍ ପ୍ରଭାସଙ୍କ ଅଭିନୀତ ରୋମାଣ୍ଟିକ୍ ହରର୍ କମେଡି ‘ଦି ରାଜାସାବ୍’ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ଟିଜର୍ ରିଲିଜ୍ ହେବାପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ‘ଦି ରାଜାସାବ୍’ ଡିସେମ୍ବର ୫ରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି।
ରିଲିଜ୍ ପରେ ଏହା ବକ୍ସ ଅଫିସ୍ରେ କିପରି ପ୍ରଦର୍ଶନ କରିବ ତାହା ଆକଳନ କରିବା କଷ୍ଟକର। ହେଲେ ଟିଜର୍ ଦେଖି ଆରମ୍ଭ ହୋଇଯାଇଛି ଅଙ୍କକଷା। ମାରୁତିଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ଏହି ତେଲୁଗୁ ଫିଲ୍ମର ବଜେଟ୍ ବହୁତ ଅଧିକ। ତେଣୁ ଫିଲ୍ମକୁ ସଫଳ କରିବା ପାଇଁ ପୂରା ଟିମ୍ ଲାଗିପଡ଼ିଛନ୍ତି। ପ୍ରଭାସଙ୍କ ଅନ୍ୟ ବ୍ଲକ୍ବଷ୍ଟର୍ ଫିଲ୍ମ ପରି ଏହି ଫିଲ୍ମ ମଧ୍ୟ ମୂଳ ତେଲୁଗୁ ସହ ହିନ୍ଦୀ, ତାମିଲ, କନ୍ନଡ଼ ଓ ମଲାୟଲମ୍ ଭାଷାରେ ମୁକ୍ତିଲାଭ କରିବ।
କୁହାଯାଉଛି ଯେ, ‘ଦି ରାଜାସାବ୍’ର ତେଲୁଗୁ ଓ ହିନ୍ଦୀ ଭର୍ସନ୍ ଖୁବ୍
ଭଲ ଓପନିଂ ଦେବ। ଫିଲ୍ମଟି ଭାରତୀୟ ବକ୍ସ ଅଫିସ୍ରେ ପ୍ରଥମ ଦିନରେ ୫୦କୋଟି ସଂଗ୍ରହ କରିବ ବୋଲି ଅନେକ ଫିଲ୍ମ ସମୀକ୍ଷକ ଆକଳନ କରିଛନ୍ତି। ଯଦି ଏହା ସତ ହୁଏ, ତେବେ ପ୍ରଥମ ଦିନରେ ୫୦କୋଟିରୁ ଅଧିକ ଆୟ କରିବାରେ ଏହା ହେବ ପ୍ରଭାସଙ୍କର ଚତୁର୍ଥ ଫିଲ୍ମ।
ପୂର୍ବରୁ ପ୍ରଭାସଙ୍କ ଅଭିନୀତ
‘ଆଦିପୁରୁଷ’ (୮୯କୋଟି), ‘ସଲାର୍’(୯୨କୋଟି) ଓ ‘କଳ୍କୀ’ (୯୩କୋଟି) ବକ୍ସ ଅଫିସ୍ରେ ୫୦ କୋଟିରୁ ଅଧିକ ଓପନିଂ ଦେଇସାରିଛି।
ପୁଣି ଫେରୁଛି ପ୍ରଭାସ ମାନିଆ!
କଳ୍କୀ ୨୮୯୮ ଏଡି’ର ଜବରଦସ୍ତ ସଫଳତା ପରେ ପ୍ରଭାସ ଏବେ ପୁଣି ଏକ ନୂଆ ଅବତାରରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି। ଆକ୍ସନ୍ ଫିଲ୍ମ ସୁପର୍ଷ୍ଟାର୍ ପ୍ରଭାସଙ୍କ ଅଭିନୀତ ରୋମାଣ୍ଟିକ୍ ହରର୍ କମେଡି ‘ଦି ରାଜାସାବ୍’ ମୁକ୍ତିଲାଭ କରିବାକୁ ଯାଉଛି।
/sambad/media/media_files/2025/06/22/prabhash-2025-06-22-13-40-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)