ନୂଆଦିଲ୍ଲୀ: ‘ବାହୁବଳୀ’ ଅଭିନେତା ପ୍ରଭାସଙ୍କ ବିବାହକୁ ନେଇ ଅନେକଦିନ ହେବ ଚର୍ଚ୍ଚା ଲାଗି ରହିଛି। ପ୍ରଭାସଙ୍କ କାମ କଥା କହିଲେ ନିକଟରେ ତାଙ୍କର ରିଲିଜ ହୋଇଥିବା ସିନେମା କଲ୍କି ୨୮୯୮ଏଡି ବକ୍ସ ଅଫିସରେ ଧମାଲ କରୁଛି।
ନିକଟରେ ଏକ ସାକ୍ଷାତକାରରେ ପ୍ରଭାସଙ୍କ ଖୁଡ଼ି ଶ୍ୟାମଲା ଦେବୀ ପୁତୁରା ବିବାହକୁ ନେଇ କହିଛନ୍ତି, ‘ମୋର ପୁଅ ଆପଣମାନଙ୍କ ପ୍ରିୟ ଅଭିନେତା ଏବେ ସେ ଦର୍ଶକଙ୍କ ମନୋରଞ୍ଜନ କରିବାରେ ବ୍ୟସ୍ତ ଅଛି।
ପ୍ରଭାସ ଦର୍ଶକଙ୍କ ପାଇଁ ନିଜ କାମରେ ଖୁବ ପରିଶ୍ରମ କରିଥାଏ। ପରିବାରର ସମସ୍ତ ସଦସ୍ୟ ପ୍ରଭାସର ବିବାହ ହୋଇଯାଉ ବୋଲି ଚାହୁଁଛନ୍ତି। ଆପଣମାନେ ବି ବ୍ୟସ୍ତ ହୁଅନ୍ତୁ ନାହିଁ ସଠିକ ସମୟ ଆସିଗଲେ ନିଶ୍ଚୟ ପ୍ରଭାସ ବିବାହ କରିବ। ଏହା ମୁଁ ଆପଣମାନଙ୍କୁ କଥା ଦେଉଛି।
ତାର ଦାଦାଙ୍କ ଆର୍ଶୀବାଦ ବି ତାର ଉପରେ ରହିଛି। ଦାଦାଙ୍କ ପ୍ରତ୍ୟେକ ଇଚ୍ଛାକୁ ପ୍ରଭାସ ପୁରା କରୁଛି। ତାଙ୍କର ବିବାହ ଇଚ୍ଛାକୁ ବି ସେ ନିଶ୍ଚୟ ପୁରା କରିବ। ପ୍ରଭାସଙ୍କ ବିବାହ ଧୁମଧାମରେ ହେଉ ବୋଲି କୃଷ୍ଣାମ ରାଜୁଙ୍କ ଖୁବ ଇଚ୍ଛା ଥିଲା। ଏହି ଇଚ୍ଛା ପୁରା ହେବା ପୂର୍ବରୁ ସେ ଆମ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ।
ପ୍ରଭାସଙ୍କ ନାମ ଅନେକ ନାୟିକାଙ୍କ ସହିତ ଯୋଡ଼ି ହୋଇ ଚର୍ଚ୍ଚାର ପରିସରକୁ ଆସିଥିଲା। କିନ୍ତୁ ପ୍ରଭାସ ସମସ୍ତ ଗୁଜବକୁ ଖଣ୍ଡନ କରି ଯେଉଁ ଯେଉଁ ନାୟିକାଙ୍କ ନାମ ତାଙ୍କ ସହିତ ଯୋଡ଼ା ଯାଉଥିଲା ସମସ୍ତଙ୍କୁ ଭଲ ବନ୍ଧୁର ନାମ ଦେଇଥିଲେ।