ନୂଆଦିଲ୍ଲୀ: ଯେତେବେଳେ ସଫଳତାର କଥା ଆସେ ସେତେବେଳେ ସୁପରଷ୍ଟାର ପ୍ରଭାସଙ୍କ ନାମ ମଧ୍ୟ ସାମ୍ନାକୁ ଆସେ। ଜଣେ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିଥିବା ପ୍ରଭାସ ଏବେ ଜଣେ ପ୍ୟାନ୍ ଇଣ୍ଡିଆ ଷ୍ଟାର। ବାହୁବଲି ଓ ସାଲାର ଭଳି ଫିଲ୍ମରେ କାମ କରି ସେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଥିବା ବେଳେ ଏବେ ତାଙ୍କର ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ, ପ୍ରଭାସ ମୋଟ ୨୪୧କୋଟି ଟଙ୍କାର ମାଲିକ ଅଟନ୍ତି। ବାହୁବଲି ଫିଲ୍ମ ରିଲିଜ୍ ହେବା ପରଠାରୁ ତାଙ୍କ ସମ୍ପତ୍ତି ବଢ଼ିଥିଲା ବୋଲି କୁହାଯାଉଛି।
କୌତୁହଳର ବିଷୟ ହେଉଛି ଯେ, ବାହୁବଲି ପୂର୍ବରୁ ପ୍ରଭାସଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୨୪କୋଟି ଟଙ୍କା ଥିଲା। ଏମିତି କି ବାହୁବଲି ଫିଲ୍ମଟି ଭଲ ଆୟ କରିଥିଲେ ବି କମ ପାରିଶ୍ରମିକ ନେଇଥିଲେ ପ୍ରଭାସ। ତେବେ ବାହୁବଲୀ ରିଲିଜ ହେବା ପରେ ତାଙ୍କର ଲୋକପ୍ରିୟତା ବଢ଼ିବା ଆରମ୍ଭ ହୋଇଥିଲା।
/sambad/media/post_attachments/wp-content/new-galleries/2023/12/prabhas-2410-million-net-worth-a-baahubali-jump-of-a-staggering-94-in-8-years-01.jpg)
ପ୍ରଭାସଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ‘କଲକି ୨୮୨୯ଏଡି’ ସିନେମାରେ ପ୍ରଥମ ଥର ପାଇଁ ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ ସେୟାର କରିବେ ସାଉଥ ସୁପରଷ୍ଟାର ପ୍ରଭାସ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ନାଗ ଅଶ୍ୱିନୀ। ଉକ୍ତ ସିନେମାରେ ପ୍ରଭାସ ଓ ଦୀପିକାଙ୍କ ବ୍ୟତୀତ ବିଗ ବି ଅମିତାଭ ବଚ୍ଚନଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ପ୍ରଭାସ ଓ ଦୀପିକାଙ୍କ ଅଭିନୀତ ଏହି ସିନେମା ୪୦୦ କୋଟି ଟଙ୍କାର ବଜେଟରେ ତିଆରି କରାଯାଉଛି।